bjd gruha runa banner

ଅଲୀଗଡ଼ରେ ତିଆରି ହେଉଛି ବିଶ୍ଵର ସବୁଠୁ ବଡ଼ ତାଲା

BSKY banner  750×100

ଉତ୍ତରପ୍ରଦେଶର ଅଲୀଗଡ଼କୁ ତାଲା ନଗରୀ କୁହାଯାଇଥାଏ। ଏଠାରେ ତାଲା ନିର୍ମାଣ କାର୍ଯ୍ୟକୁ କୁଟୀର ଉଦ୍ୟୋଗ ଭାବେ ବିବେଚନା କରାଯାଇଥାଏ। ଅଲୀଗଡ଼ର ତାଲା କାରବାର ବହୁ ପୁରୁଣା। ଏଠାରେ ଜେଲରେ ବ୍ୟବହାର ହେଉଥିବା ହାତକଡ଼ିଠାରୁ ଆରମ୍ଭ କରି ଅତ୍ୟାଦୁନିକ ତାଲା ତିଆରି ହୋଇଥାଏ। ତେବେ ଏଠାରେ ରହୁଥିବା ଏକ ବୃଦ୍ଧ ଦମ୍ପତି ନିଜର ଛୋଟକାଟିଆ ତାଲା କାର୍ଯ୍ୟକୁ ଭିନ୍ନ ପରିଚୟ ଦେବା ଲାଗି ପ୍ରୟାସ କରିଛନ୍ତି। ଏଥିପାଇଁ ସେମାନେ ୩୦୦ କିଲୋଗ୍ରାମରୁ ଅଧିକ ଓଜନର ତାଲା ତିଆରି କରୁଛନ୍ତି। ଏହା ଦୁନିଆର ସବୁଠୁ ବଡ଼ ତାଲା ବୋଲି କୁହାଯାଉଛି।

ଅଲୀଗଡ଼ର ଜ୍ଵାଲାପୁରୀସ୍ଥିତ ଏକ ଛୋଟ କୋଠାରୀରେ ଏହି ତାଲା ତିଆରି କରାଯାଉଛି। ୩ କୁଇଣ୍ଟାଲ ଓଜନର ଏହି ତାଲାକୁ ସତ୍ୟପ୍ରକାଶ ଶର୍ମା ଏବଂ ତାଙ୍କ ପତ୍ନୀ ରୁକ୍ମିଣୀ ଶର୍ମା ନିଜ ପିଲା ଏବଂ ଜଣେ ସମ୍ପର୍କୀୟଙ୍କ ସହାୟତାରେ ତିଆରି କରୁଛନ୍ତି।

ପ୍ରାୟ ୧୦୦ ବର୍ଷରୁ ଅଧିକ ହେବ ତାଙ୍କ ପୂର୍ବଜମାନେ ଏଠାରେ ତାଲା ତିଆରି କାର୍ଯ୍ୟ କରୁଥିଲେ। ଏବେ ସତ୍ୟପ୍ରକାଶ ବି ସେହି କାର୍ଯ୍ୟ କରୁଚନ୍ତି। ୬ ଫୁଟ ଉଚ୍ଚା, ୨ ଫୁଟ ଲମ୍ବା ଏବଂ ୨ ଫୁଟ ୯.୫ ଇଞ୍ଚ ଚଉଡ଼ାର ତାଲା ତିଆରିରେ ପିତ୍ତଳର ବ୍ୟବହାର ମଧ୍ୟ ହୋଇଛି। ଏହାକୁ ତିଆରି କରିବାରେ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ସତ୍ୟପ୍ରକାଶ କହିଛନ୍ତି।

ସତ୍ୟପ୍ରକାଶ କହିଛନ୍ତି, ଆଗକୁ ଆଉ ଏକ ତାଲା ତିଆରି କରିବାକୁ ଉଦ୍ୟମ କରିବି, ଯେଉଁଥିରେ ଅଲୀଗଡ଼ର ନାମ ଚମକିବ। ସୂଚନାଯୋଗ୍ୟ, ତାଲା ବ୍ୟବସାୟରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅଲୀଗଡ଼ର ସ୍ବତନ୍ତ୍ର ଖ୍ୟାତି ରହିଛି।

Comments are closed.