www.samajalive.in
Sunday, December 7, 2025
23.1 C
Bhubaneswar

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଦ ଦୋକାନ ପୁନଃ ସିଲ୍

ଖୁଣ୍ଟା : ଖୁଣ୍ଟା ଥାନା ଅଧିନ କରକଚିଆ ବଜାର ଛକରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନର ସିଲ ଟେମ୍ପରିଂ କରାଯାଇଥିବା ଜଣାପଡିବା ପରେ ଗୁରୁବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁନଃ ସିଲ କରିଛି ଖୁଣ୍ଟା ଅବକାରୀ ବିଭାଗ। ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭରେ ଏହି ଥାନା ଅଧୀନରେ ଥିବା କରକଚିଆ ବିଦେଶୀ ଠିପି ବନ୍ଦ ମଦ ଦୋକାନର ସିଲ ଟେମ୍ପରିଂ କରାଯାଇ ବେଆଇନ ମଦ ଚାଲାଣ କରାଯାଇଥିବା ବାବଦରେ ବୁଧବାର ରାତିରେ ମାଜିଷ୍ଟ୍ରେଟ ତଥା ଖୁଣ୍ଟା ତହସିଲଦାର ସ୍ମରଣ କୁମାର ପୃଷ୍ଟି ଖବର ପାଇଥିଲେ। ଗୁରୁବାର ପୂର୍ବାହ୍ନରେ ଶ୍ରୀଯୁକ୍ତ ପୃଷ୍ଟି ସ୍ଥାନୀୟ ଅବକାରୀ ଉପ ନିରୀକ୍ଷକ ରାଜୀବ କୁମାରଙ୍କ ସହିତ ଘଟଣାସ୍ଥଳକୁ ଗସ୍ତ କରିଥିଲେ। ଲକଡାଉନ ଆରମ୍ଭରେ କରାଯାଇଥିବା ମଦ ଦୋକାନର ସିଲକୁ ଟେମ୍ପରିଂ କରାଯାଇ ତଲାରେ ଚାବି ଲାଗିବା ଭଳି କଣା କରାଯାଇଥିବା ଦେଖିବାକୁ ମିଳିଥିଲା। ଦୋକାନ ଦାୟିତ୍ୱରେ ଥିବା କର୍ମଚାରୀ ଉପସ୍ଥିତିରେ ମାଜିଷ୍ଟ୍ରେଟଙ୍କ ନିର୍ଦେଶରେ ସେହି ସିଲ ଉପରେ ପୁନଃ ସିଲ କରାଯାଇଥିଲା। ତେବେ ଆଶ୍ଚର୍ୟ୍ୟଜନକ ଭାବେ ଦୋକାନର ଗଚ୍ଛିତ ମଦର ପରିମାଣ ଆକଳନ କରାଯାଇନଥିଲା। ଖୁଣ୍ଟା ଥାନା ତଥା ଅବକାରୀ ଅଂଚଳରେ କିଛିଦିନ ହେବ ଲଗାତାର ଭାବେ ବିଭିନ୍ନ ସ୍ଥାନରେ ବିପୁଳ ବିଦେଶୀ ମଦ ଜବତ ହେବା, ବନ୍ଦ ମଦ କାଉଣ୍ଟର ପାର୍ଶ୍ୱ କୋଠରୀରୁ ପେଟିପେଟି ମଦ ଜବତ ହେବା, ସର୍ବପରି ଦୋକାନର ସିଲକୁ କୌଶଳପୂର୍ଣ୍ଣ ଉପାୟରେ କାଟିବା ଘଟଣାରୁ ବିଦେଶୀ ମଦ ବ୍ୟବସାୟ ଲକଡାଉନର କଡା ଆଇନ ଆଢୁଆଳରେ ଆବଧରେ ଚାଲିଛି ବୋଲି କହିହେବ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories