www.samajalive.in
Saturday, December 6, 2025
26.1 C
Bhubaneswar

ଅବକାରୀ ଚଢଉ ; ୪୫୦୦ ଲିଟର ମହୁଲପୋଚ ଓ ୧୫୦ ଲିଟର ମଦ ଜବତ, ୪ ଗିରଫ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଡ଼ ଅଜିତ କୁମାର ମିଶ୍ରଙ୍କ ନିର୍ଦେଶରେ ନବରଙ୍ଗପୁର ଅବକାରୀ ଅଧିକ୍ଷକଙ୍କ ତତ୍ତ୍ବାବଧାନରେ ଅବକାରୀ ଇନ୍ସପେକ୍ଟର ବିପ୍ର ମଣ୍ଡଳଙ୍କ ନେତୃତ୍ୱରେ ନବରଙ୍ଗପୁର, ପାପଡାହାଣ୍ଡି କୋଡୀଙ୍ଗା ଆଦି ଅଂଚଳରେ ଚଢଉ କରି ୪୫୦୦ ଲିଟର ମଦ ପାଇଁ ବ୍ୟବହୃତ ମହୁଲ ପୋଚ ନଷ୍ଟ କରିବା ସହ ୧୫୦ ଲିଟର ହାତ ରନ୍ଧା ଦେଶୀମଦ ଜବତ କରିଛନ୍ତି। ଏଥିରେ ସମ୍ପୃକ୍ତ ୪ଜଣକୁ ଗିରଫ କରିଥିବା ଜଣାପଡିଛି

ନବରଙ୍ଗପୁର ଅବକାରୀ ବିଭାଗର ଏକ ମିଳିତ ଟିମ ନବରଙ୍ଗପୁରର ଗଦବାଗୁଡା, ପାପଡାହାଣ୍ଡି ଏବଂ କୋଡୀଙ୍ଗାର ଚିରମା ଅଂଚଳ ରେ ଚଢଉ କରି ବେନିୟମ ଭାବେ ରନ୍ଧା ଯାଉଥିବା ମଦକୁ ଜବତ କରିବା ସହ ଭଣ୍ଡିଆର ପୂର୍ଣ୍ଣ ଭତରା, କୋଡୀଙ୍ଗାର ଚମ୍ପା ହରିଜନ, ପାପଡାହାଣ୍ଡିର ମୋତି ଭତରା ଏବଂ ପଦ୍ମା ପାଇକକୁ ଗିରଫ କରିଛନ୍ତି। ଏହି ଚଢଉରେ ନବରଙ୍ଗପୁର ଅବକାରୀ ଏସଆଇ ବିଜୟ ନାୟକ, ଏସଆଇ ଜଗବନ୍ଧୁ ଯାନୀ, ସୁବ୍ରତ ହିରନ, ରାଜେନ୍ଦ୍ର ପଟନାୟକ, ସୁଧାଂଶୁ ବାଘ, ମହେନ୍ଦ୍ର ଭତରା, ରଂଜିତ ସିଂ, ରିସମା ସୁନା ଏବଂ ରୀନା ବଡନାୟକ ପ୍ରମୁଖ ସାମିଲ ଥିଲେ

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories