www.samajalive.in
Saturday, December 6, 2025
15.1 C
Bhubaneswar

ବୌଦ୍ଧ ଜିଲ୍ଲାରୁ ରାଜ୍ୟରେ ଔଷଧିତ ମଶାରି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

ବୌଦ୍ଧ: ରାଜ୍ୟରେ ମ୍ୟାଲେରିଆ ନିରାକରଣକୁ ପ୍ରାଧାନ୍ୟ ଦେଇ ବୌଦ୍ଧ ଜିଲ୍ଲାର ପୁରୁଣାକଟକଠାରେ ଦୀର୍ଘସ୍ଥାୟୀ ଔଷଧ ଉପଚାରିତ ମଶାରି ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୂଖ୍ୟଅତିଥି ରୂପେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଜିଲ୍ଲାରେ ମ୍ୟାଲେରିଆ ନିରାକରଣ ନିମନ୍ତେ ଔଷଧିତ ମଶାରିର ଉପେଯାଗିତା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ସୂଚନା ଦେଇଥିଲେ ଯେ, ଜିଲ୍ଲାରେ ମୋଟ ୪.୮ ଲକ୍ଷ ଲୋକଙ୍କୁ ୨୬୩୮୫୦ ଗୋଟି ମଶାରି ବିତରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡା. ମଦନମୋହନ ପ୍ରଧାନ ଦୀର୍ଘସ୍ଥାୟୀ ମଶାରିର ବ୍ୟବହାର ଓ ମ୍ୟାଲେରିଆ ନିରାକରଣ ସମ୍ବନ୍ଧୀୟ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ ଯେ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଅନ୍ୟ ଦୁଇଗୋଟି ବ୍ଲକ ବୌଦ୍ଧ ଓ କଂଟାମାଳରେ ଯଥାକ୍ରମେ ଚଳିତ ମାସ ୨୪ ଓ ୨୬ ତାରିଖରେ ଏହି ଦୀର୍ଘସ୍ଥାୟୀ ଔଷଧ ଉପଚାରିତ ମଶାରିର ସମୁହ ବିତରଣ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଅଛି। ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ଜିଲ୍ଲା ଏବଂ ବ୍ଲକ୍‍ ସ୍ତରୀୟ ପରିଦର୍ଶନ ଦଳ ଗଠନ କରାଯାଇଛି। ଏତଦ୍‍ ବ୍ୟତୀତ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ପଦସ୍ଥ ଅଧିକାରୀ ମାନଙ୍କୁ ଏ ନିମନ୍ତେ ଜିଲ୍ଲାପାଳ ନିୟୋଜିତ କରି ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ଅବକାଶ ସାହୁ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡା. ଭଂଜକିଶୋର ରାମଚନ୍ଦ୍ର ଦେଓ ହେମ୍ବ୍ରମ୍‍, ଡା. କିଶୋରଚନ୍ଦ୍ର ପଟ୍ଟନାୟକ, ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଡେନିଗଡ଼ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ଶ୍ରୀମନ୍ତରଂଜନ ସ୍ୱାଇଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଳକଣ୍ଠ ବେହେରା, ପରୁଣାକଟକ ସରପଂଚ ଭବାନୀବାଳା କହଁର, ଡିପିଏମ୍‍ ରୂପକ କୁମାର ମହାପାତ୍ର, ଏଡିପିଏଚ୍‍ସିଓ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ଭିବିଡିସି ସ୍ୱାତୀ କୁମାରୀ, ଆଶା ପରିଚାଳକ ପ୍ରଫୁଲ୍ଲ କୁମାର ସାହୁ, ଜିକେଏସ୍‍ ପରିଚାଳକ ରଂଜନ କୁମାର ପରିଚ୍ଛା, ବିପିଏମ୍‍ ଅରୁଣ କୁମାର ପାଢୀ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories