www.samajalive.in
Saturday, December 6, 2025
23.1 C
Bhubaneswar

କର୍ମଯୋଗୀ ରାଜ୍ୟପାଳ: ପତ୍ନୀଙ୍କ ବିୟୋଗ ସତ୍ତ୍ୱେ ଦିନ ତମାମ ଅଫିସରେ ବସି କୁଳପତି ପଦ ପାଇଁ ନେଲେ ସାକ୍ଷାତକାର

ଭୁବନେଶ୍ୱର : ଯିଏ ଯେଉଁ ସ୍ତରରେ ଥାଆନ୍ତୁ ନାଁ କାହିଁକି ସର୍ବଦା ସମସ୍ତେ କୁହନ୍ତି ତାଙ୍କ ପାଇଁ ତାଙ୍କ କର୍ମ ହିଁ ଭଗବାନ। କିନ୍ତୁ ବହୁତ କମ୍‌ ଲୋକ ଏହାକୁ ପାଳନ କରନ୍ତି। କଥା ଛଳରେ ସମସ୍ତେ କହିଦିଅନ୍ତି କିନ୍ତୁ କର୍ମ କ୍ଷେତ୍ରରେ ତାହା ପାଳନ କରିବା ଖୁବ୍‌ କମ୍‌ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ। କିନ୍ତୁ ଆଜି ନିଜର କର୍ମକୁ ଭଗବାନ ଭାବି ପତ୍ନୀଙ୍କ ଦିନ ନିଜ ରାଜକାର୍ଯ୍ୟ କରି ଉଦାହରଣ ସାଜିଛନ୍ତି ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍।

ଗତକାଲି ବିଳମ୍ବତ ରାତ୍ରୀରେ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ଦେହାନ୍ତ ସତ୍ତ୍ବେ ନିଜ କର୍ମ ଏବଂ କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ ଆଜି ଦିନ ତମାମ ଅଫିସରେ ବସି ନିଜ କାର୍ଯ୍ୟ ସମ୍ପାଦନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ପତ୍ନୀ ବିୟୋଗରେ ମିୟମ୍ରାଣ ରହିଥିଲେ ମଧ୍ୟ ରାଜ୍ୟପାଳ ନିଜ କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ ଆଜି ରାଜ୍ୟର ୬ଟି ବିଶ୍ୱ ବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରିଛନ୍ତି ।

- Advertisement -

ରାଜ୍ୟପାଳଙ୍କ ମୋହର ସହିତ ଆସନ୍ତା ୪ ବର୍ଷ ପାଇଁ ଏହି ୬ ବିଶ୍ୱ ବିଦ୍ୟାଳୟ ପାଇଁ କୁଳପତି (ଭିସି) ଚୟନ କରାଯାଇଛି ।ପତ୍ନୀ ବିୟୋଗ ସତ୍ତ୍ୱେ ବି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କୁଳପତି ନିଯୁକ୍ତି ପ୍ରକ୍ରିୟାରେ ଅଂଶ ଗ୍ରହଣ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ପତ୍ନୀ ବିୟୋଗ ସତ୍ତ୍ୱେ ରାଜ୍ୟପାଳ ଦିନ ତମାମ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ସହିତ ସମସ୍ତ କୁଳପତି ମାନଙ୍କ ନିଯୁକ୍ତିରେ ମୋହର ମାରିଛନ୍ତି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories