ଲକ୍ଷ୍ନୌ :ସୁରେଶ ରାଇନାଙ୍କ ସ୍ଥାନରେ ଅକ୍ସରଦୀପ ନାଥଙ୍କୁ ଉତ୍ତରପ୍ରଦେଶ ରଣଜୀ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଉତ୍ତରପ୍ରଦେଶ କ୍ରିକେଟ ସଂଘ ଏହି ନିଷ୍ପତ୍ତି ନେଇଛି। ମଧ୍ୟ ପ୍ରଦେଶର ବ୍ୟାଟ୍ସମ୍ୟାନ ଅକ୍ସରଦୀପ ୧୩ ଟି ପ୍ରଥମ ଶ୍ରେଣୀ ମ୍ୟାଚରୁ ୩୮.୭୬ ହାରରେ ୮୧୪ ରନ କରିଛନ୍ତି। ସେ ପୂର୍ବରୁ ଆଇପିଏଲରେ କିଙ୍ଗସ ଏକାଦଶ ପଞ୍ଜାବ ଏବଂ ଗୁଜୁରାଟ ଲାୟନ୍ସ ପାଇଁ ଖେଳି ସାରିଛନ୍ତି। ସେ ୨୦୦୫ ମସିହାରେ ପ୍ରଥମଥର ପାଇଁ ବିସିସିଆଇ ଜୁନିୟର ଟ୍ରଫିରେ ଉତ୍ତରପ୍ରଦେଶ ତରଫରୁ ଖେଳିଥିଲେ। ଆହୁରି ମଧ୍ୟ ସେ ବିଜୟ ହଜାରେ, ମୁସ୍ତାକ ଅଲି-ଟି ୨୦, ରଣଜୀ ଟ୍ରଫି ଏବଂ ଦୁଲ୍ଲୀପ ଟ୍ରଫିରେ ଉତ୍ତରପ୍ରଦେଶର ପ୍ରତିନିଧିତ୍ୱ କରି ସାରିଛନ୍ତି।
Popular Categories



