www.samajalive.in
Saturday, December 6, 2025
26.1 C
Bhubaneswar

ଟିଭି କାର୍ଯ୍ୟକ୍ରମ ସିଧା ପ୍ରସାରଣବେଳେ ଅତିଥିଙ୍କ ମୃତ୍ୟୁ

ଶ୍ରୀନଗର : କାଶ୍ମୀର ଦୂରଦର୍ଶନରେ ଏକ ଆଲୋଚନା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଚାଲିଥିବାବେଳେ ସେଥିରେ ଅଂଶଗ୍ରହଣ କରିଥିବା ବିଶିଷ୍ଟ ସାମାଜିକ କର୍ମୀ ତଥା ବିଦ୍ୱାନ୍‍ ରିତା ଯତୀନ୍ଦରଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଦୂରଦର୍ଶନ ଅଧିକାରୀ ଓ ଦର୍ଶକଙ୍କୁ ଅଭିଭୂତ କରିଛି। ଛପନ ବର୍ଷୀୟା ରିତା ହେଉଛନ୍ତି ଜଣେ ଡୋଗ୍ରୀ ବିଦ୍ୱାନ୍‍। ଜାମ୍ମ୍‍ୁ-କାଶ୍ମୀର ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଏକାଡେମୀର ସଂପାଦିକା। ସୋମବାର ଦୂରଦର୍ଶନରେ ଏକ ଆଲୋଚନାଚକ୍ରରେ ସେ ସାମିଲ ହୋଇଥିଲେ। ଏହାର ସିଧା ପ୍ରସାରଣ ଚାଲିଥିବାବେଳେ ଷ୍ଟୁଡିଓରେ ରିତାଙ୍କୁ ହୃଦ୍‍ଘାତ ହୋଇଥିଲା। କେହି କିଛି ଅନୁଭବ କରିବା ପୂର୍ବରୁ ନିଜ ଆସନରେ ହିଁ ସେ ସ୍ଥିର ହୋଇଯାଇଥିଲେ। କିଛି ସମୟ ପରେ ଉପସ୍ଥାପକ ଏହା ଜାଣିବାବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଦର୍ଶକଙ୍କ ମଧ୍ୟରେ ଏହା ବିସ୍ମୟ ସୃଷ୍ଟି କରିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories