www.samajalive.in
Saturday, December 6, 2025
23.1 C
Bhubaneswar

ସ୍ତ୍ରୀଙ୍କ କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲେ ସ୍ୱାମୀ

ଚିକମଙ୍ଗାଲୁରୁ : ହାତରେ ସ୍ତ୍ରୀର କଟାମୁଣ୍ଡ। ପକେଟରେ ମୋବାଇଲ ଫୋନ। ମୁହଁରେ ଅବସୋସର ଲେଶମାତ୍ର ଚିହ୍ନବର୍ଣ୍ଣ ନାହିଁ। ଏମିତି ଅବସ୍ଥାରେ ଦୀର୍ଘ ୨୦ କିଲୋମିଟର ଅତିକ୍ରମ କରି କର୍ଣ୍ଣାଟକର ଚିକମାଙ୍ଗାଲୁରୁ ଥାନାରେ ପହଞ୍ଚିଛନ୍ତି ସତୀଶ ନାମକ ଜଣେ ବ୍ୟକ୍ତି। କ୍ରୋଧାନ୍ୱିତ ହୋଇ କୁରାଢ଼ିରେ ସ୍ତ୍ରୀ ରୁପାଙ୍କ ମୁଣ୍ଡ କାଟି ହତ୍ୟା କରିଥିବା ପୁଲିସ ନିକଟରେ ସ୍ୱୀକାର କରି ସେ ଆତ୍ମସମର୍ପଣ କରିଛନ୍ତି। ସତୀଶ କହିଛନ୍ତି, ୩୦ ବର୍ଷ ବୟସରେ ସେ ରୁପାଙ୍କୁ ବିବାହ କରିଥିଲେ। ଦୁଇ ସନ୍ତାନର ପିତା ସେ। ଏହାସତ୍ତ୍ବେ ରୁପାଙ୍କର ଉକ୍ତ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ପରକୀୟା ପ୍ରୀତି ଗଢି ଉଠିଥିଲା। ଏହି ଘଟଣା ଜାଣିବା ପରେ ସତୀଶ ପତ୍ନୀ ତଥା ତାଙ୍କ ପୁରୁଷ ବନ୍ଧୁଙ୍କୁ ପ୍ରଥମେ ଚେତାବନୀ ଦେଇଥିଲେ। ମାତ୍ର ଉଭୟ ନିଜର କୁକର୍ମରୁ ବିରତ ହୋଇ ନ ଥିଲେ। ରବିବାର ସନ୍ଧ୍ୟାରେ ଉଭୟଙ୍କୁ ଏକତ୍ର ଦେଖି ସତୀଶ କ୍ରୋଧରେ କମ୍ପିଉଠିଥିଲେ। ନିକଟରେ ଥିବା ଏକ କୁରାଢ଼ି ଆଣି ରୁପାଙ୍କ ମୁଣ୍ଡକୁ ଚୋଟ ମାରିଥିଲେ। ପରେ ତାଙ୍କ କଟା ମୁଣ୍ଡକୁ ଏକ ବ୍ୟାଗରେ ଭର୍ତ୍ତି କରି ଦୁଇ ଚକିଆ ଯାନ ଦ୍ୱାରା ୨୦ କିଲୋମିଟର ଦୂର ଏହି ଥାନାକୁ ଆସି ଆତ୍ମସମର୍ପଣ କରିଥିଲେ। କଟାମୁଣ୍ଡକୁ ଚୁଟିରୁ ଧରି ସତୀଶ ଥାନାରେ ପ୍ରବେଶ କରିବା ଦେଖି ଉପସ୍ଥିତ ପୁଲିସ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଗିରଫ କରିନେଇଥିଲେ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories