ଜନ୍ମଦିନରେ ଜାଣନ୍ତୁ ଅକ୍ଷୟ କୁମାରଙ୍କ ଜୀବନର ଏକ ଅକୁହା କଥା

0

ମୁମ୍ବଇ : ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ସେପ୍ଟେମ୍ବର ୯ ତାରିଖ ନିଜର ୫୧ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଆଜିର ଦିନରେ ଅକ୍ଷୟ କୁମାର ବଲିଉଡର ଏକ ସଫଳ କଳାକାର। ଜୀବନର ବହୁ ବାଧାବିଘ୍ନ ଦେଇ ଅଭିନେତା ଅକ୍ଷୟ ଆଜି ଏହି ସଫଳ ସ୍ଥାବରେ ଛିଡା ହୋଇଛନ୍ତି।
ଏକ ସାକ୍ଷାତକାରରେ ଅଭିନେତା ଅକ୍ଷୟ କୁମାର ନିଜ ଜୀବନର ଏକ ଘଟଣା କଥା କହିଥିଲେ। ଏକ ମଡେଲିଂ କାମ କରିବା ପାଇଁ ଅକ୍ଷୟ କୁମାରଙ୍କୁ ସୁଯୋଗ ମିଳିଥିଲା। ତେଣୁ ଅକ୍ଷୟ କୁମାର ସକାଳ ୫ଟାରେ ବିଦେଶ ଯିବା ପାଇଁ ସମୟ ଥିବାବେଳେ ଅକ୍ଷୟ ବିମାନ ଟିକେଟ ଦେଖି ଭାବିଥିଲେ ଆଗାମୀ ଦିନ ୫ଟାରେ ବିମାନ ଅଛି। କିନ୍ତୁ ସମୟରେ ନଯିବାରୁ ତାଙ୍କୁ ମଡେଲିଂ ଦାୟିତ୍ୱରେ ଥିବା ଜଣେ ବ୍ୟକ୍ତି ଫୋନ କରି କହିଥିଲେ ‘ତୋ ଭଳି ଲୋକକୁ କେବେ ବି ଇଣ୍ଡଷ୍ଟ୍ରିରେ କାମ ମିଳିବ ନାହିଁ’। ଏହାପରେ ଅକ୍ଷୟ ନିଜ ଟିକେଟ୍‍କୁ ଦେଖି ମନ ଖରାପ କରିଥିଲେ।
କିନ୍ତୁ ଭାଗ୍ୟ ଯାହାର କପାଳରେ ଲେଖା ହୋଇଛି ତାକୁ କିଏ କେବେ ଅଟକାଇ ପାରିବ ନାହିଁ। ଶ୍ୟାମ ନଟରାଜ ଷ୍ଟୁଡିଓ ବୁଲିବା ସମୟରେ ନିର୍ଦେଶକ ପ୍ରମୋଦ ଚକ୍ରବର୍ତ୍ତ ନିଜର ଚଳଚ୍ଚିତ୍ର ପାଇଁ ଅଭିନେତା ଅକ୍ଷୟଙ୍କୁ କହିଥିଲେ।

Leave A Reply