www.samajalive.in
Tuesday, December 9, 2025
16.1 C
Bhubaneswar

ଆଖଣ୍ଡଳମଣିଙ୍କ ବିବାହ ପାଇଁ ସରିଲା ମଙ୍ଗଳପାଗ, ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧିହେବେ ଦେବଦମ୍ପତି

ଆରଡି: ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ପାଇଁ ସୋମବାର ବୈଦିକ ରୀତିନୀତି ଅନୁଯାୟୀ ମଙ୍ଗଳପାଗ ନୀତି ସମ୍ପନ୍ନ ହୋଇଛି। ଅାସନ୍ତାକାଲି ମଙ୍ଗଳବାର ବିବାହ ବନ୍ଧନରେ ବାନ୍ଧିହେବେ ଦେବଦମ୍ପତି। ହେଲେ ମହାମାରୀ କରୋନାର ସଙ୍କର୍ମଣର ଭୟଭୟତାକୁ ନେଇ କୋଭିଡ କଟକଣା ମଧ୍ୟରେ ସମସ୍ତ ନୀତିକାନ୍ତି ସମାପନ କରିବା ପାଇଁ ଭଦ୍ରକ ଜିଲାପାଳ ଜ୍ଞାନ ଦାସ ପରାମର୍ଶ ଦେଇଛନ୍ତି। ତାହାସହ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ ସମସ୍ତ ନୀତିକାନ୍ତି ସହ ବିବାହ କାର୍ୟ୍ୟ ଯେପରି ଶୃଙ୍ଖଳିତ ସହ ସମାପନ କରାଯିବ ସେଥିପାଇଁ ସମସ୍ତ କାର୍ୟ୍ୟର ତଦାରଖ କରୁଛନ୍ତି। ମଙ୍ଗଳପାଗ ନୀତି ନିମନ୍ତେ ସୋମବାର ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତି। ମଙ୍ଗଳପାଗ ନୀତି ନିମନ୍ତେ ବରପିତା ଓ କନ୍ୟାପିତା ମଣିବାବାଙ୍କ ଚଳନ୍ତି ପ୍ରତିମା ହର ଓ ଗୌରୀଙ୍କୁ ପୃଥକ ପୃଥକ ଭାବେ ଏକ ପାଲିଙ୍କିରେ ଆଲଟ, ଚାମର, ଘଣ୍ଟଘଣ୍ଟା ଦ୍ବାରା ନିଜ ଘରକୁ ନେଇ ଲୋକାଚାରରେ ୭ଜଣ ମହିଳାଙ୍କ ଦ୍ବାରା ହଳଦୀ, ଚନ୍ଦନ, ସୁବାଷିତ ଜଳ ଆଦିରେ ମଙ୍ଗୁଳା କାର୍ୟ୍ୟ ସମ୍ପନ୍ନ କରିଥିଲେ। ଏପଟେ ମନ୍ଦିରରେ ମଣିବାବାଙ୍କର ମଙ୍ଗଳ ଆଳତୀ, ଘର୍ଷଣଲାଗି ନୀତି ସରିବା ପରେ ହଳଦୀ, ଗନ୍ଧମଳା ଓ ସୁବାଷିତ ଜଳରେ ମଙ୍ଗୁଳା କାର୍ୟ୍ୟ ସମାପନ କରାଯାଇଥିଲା।

- Advertisement -

 

ବିବାହ ଦିନ ଅର୍ଥାତ ମଙ୍ଗଳବାର ଭୋର ମଣିବାବାଙ୍କ ପହିଲି ପହୁଡ ଖୋଲିବା ପରେ ରୀତିନୀତି ଅନୁଯାୟୀ ମଙ୍ଗଳଆଳତୀ ସହ ସକିଳ ଧୂପ ସମାପନ କରାଯିବ। ଏହାପରେ ସକାଳ ୯ଟାରେ ଲୋକାଚାର ଓ ବୈଦିକ ରୀତିନୀତି ଅନୁଯାୟୀ ପାର୍ବତୀ ଭାଇ ରୂପେ ପବନପୁତ୍ର ହନୁମାନ ବରଧରା ବେଶରେ ଏକ ସୁସଜ୍ଜିତ ପାଲିଙ୍କିରେ ବିଜେ କରି ବରଙ୍କୁ ଅର୍ଥାତ ବାବା ଆଖଣ୍ଡଳମଣିଙ୍କୁ ବରଣୀ ନିମନ୍ତେ ଗମନ କରିବେ। ପରେ ଦିଅମଙ୍ଗୁଳା ନୀତି ସମାପନ ହେବା ପରେ ମଧ୍ୟାହ୍ନ ୧୨ଟାରେ ବାବା ଆଖଣ୍ଡଳମଣିଙ୍କ ଚଳନ୍ତି ପ୍ରତିମା ହର ବର ବେଶରେ ପାଲିଙ୍କିରେ ବିଜେ କରି ବିବାହ ନିମନ୍ତେ ମନ୍ଦିର ଅଭିମୁଖେ ବାହାରିବେ। ଏହି ଅନନ୍ୟ ପରମ୍ପରା ଓ ରୀତିନୀତି ଅନ୍ୟ ଶୈବକ୍ଷେତ୍ରରେ ଦେଖିବାକୁ ମିଳିନଥାଏ ବୋଲି ମନ୍ଦିରର ବରିଷ୍ଠ ସେବାୟତ ବଙ୍କିମ ପାଢୀ, ଗୋକୁଳାନନ୍ଦ ପାଢୀ ପ୍ରମୁଖ କହିଛନ୍ତି। ହେଲେ କୋଭିଡ କଟକଣା ଯୋଗୁ ସୀମିତ ସେବାୟତଙ୍କ ମଧ୍ୟରେ ଏହି ବିବାହ କାର୍ୟ୍ୟ ସମ୍ପନ୍ନ କରାଯିବ।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories