www.samajalive.in
Sunday, December 7, 2025
14.1 C
Bhubaneswar

ଶୋକାକୂଳ ପରିବେଶ ମଧ୍ୟରେ ଗାଁରେ ପହଞ୍ଚିଲା ଶହୀଦ ଅଜିତଙ୍କ ମରଶରୀର, କାନ୍ଦୁଛି ଜନ୍ମମାଟି

ଢେଙ୍କାନାଳ: ଶୋକାକୂଳ ପରିବେଶ ଭିତରେ ଗୁରୁବାର ପୂର୍ବାହ୍ନ ଜନ୍ମମାଟିରେ ପହଞ୍ଚିଛି ଶହୀଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର। ଢେଙ୍କାନାଳ ମିନିଷ୍ଟାଡିୟମଠାରେ ଶହୀଦଙ୍କ ମରଶରୀର ପହଞ୍ଚିବା ପରେ ସେଠାରେ ଗାର୍ଡ ଅଫ ଅନର ଦିଆଯିବା ସହିତ ଶେଷ ଦର୍ଶନ ଲାଗି କିଛି ସମୟ ରଖାଯାଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଅଜିତଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ସେଠାରୁ ଅଜିତଙ୍କ ମରଶରୀରକୁ ବିରାଟ ଶୋଭାଯାତ୍ରାରେ ତାଙ୍କ ଜନ୍ମମାଟି ଢେଙ୍କାନାଳ ଜିଲା କାମାକ୍ଷାନଗରର ବଡ଼ସୁଆଁଳ ଗ୍ରାମକୁ ନିଆଯାଇଥିଲା। ପାର୍ଥିବ ଶରୀର ନିଆଯାଉଥିବା ଗାଡ଼ି ଚାରିପଟେ ଏବଂ ଆଗ ଓ ପଛରେ ହଜାର ହଜାର ଲୋକ ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା। ମରଶରୀର ପହଞ୍ଚିବା ପରେ ପରିବାର ଏବଂ ଆତ୍ମୀୟସ୍ବଜନଙ୍କ କାନ୍ଦବୋବାଳିରେ ଗାଁ ଫାଟି ପଡ଼ିଥିଲା। ପରେ ପୁଲିସ ଏବଂ ସେନା ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ବୁଧବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏରେ ଅଜିତଙ୍କ ମରଶରୀର ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଥିଲା। ସେଠାରୁ ମରଶରୀରକୁ ୧୨୦ ବାଟାଲିୟନକୁ ନିଆଯାଇଥିଲା। ସେଠାରେ ସେନା ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ସହ ରାଜ୍ୟପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା ଅଜିତଙ୍କ ଶେଷ ଦର୍ଶନ କରିଥିଲେ। ପରେ ପାର୍ଥିବ ଶରୀରକୁ ଢେଙ୍କାନାଳ ଅଭିମୁଖେ ନିଆଯାଇଥିଲା।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories