www.samajalive.in
Friday, December 5, 2025
20.1 C
Bhubaneswar

ଆରପାରିରେ ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟ ଅଜୟ କୁମାର

ନୂଆଦିଲ୍ଲୀ- ଆରପାରିରେ ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟ ଅଜୟ କୁମାର । ଲୋକସେବକ ମଣ୍ଡଳର କୋଷାଧ୍ୟକ୍ଷ ତଥା ଆଜୀବନ ସଦସ୍ୟ ଅଜୟ କୁମାରଙ୍କ ଚଣ୍ଡୀଗଡ଼ ଠାରେ ହୃଦଘାତରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା । ଗତ କିଛି ଦିନ ଧରି ଅସୁସ୍ଥ ଥିବା ଅଜୟ କୁମାର ଚଣ୍ଡୀଗଡ଼ ପିଜିଆଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ପୈତୃକ ଗ୍ରାମ ହିମାଚଳ ପ୍ରଦେଶ ଉନା ଜିଲା ସ୍ଥିତ ହଟଲି ଠାରେ ଅନ୍ତିମ ସଂସ୍କାର ଅନୁଷ୍ଠିତ ହେବ ।

ମୃତ୍ୟୁ ଖବର ପାଇ ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସଂପାଦକ ଡ଼ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ପୂର୍ବତନ ରାଷ୍ଟ୍ରୀୟ ସଭାପତି ତଥା ଆଜୀବନ ସଦସ୍ୟ ଦୀପକ ମାଲବ୍ୟ, ଓଡ଼ିଶା ଶାଖା ସଂପାଦକ ତଥା ଆଜୀବନ ସଦସ୍ୟ ଭୀମସେନ ଯାଦବ ଏବଂ ଆଜୀବନ ସଦସ୍ୟ ସତ୍ୟପାଲ ସ୍ୱର୍ଗତ ଅଜୟ କୁମାରଙ୍କ ଶେଷ ଦର୍ଶନ ପାଇଁ ଚଣ୍ଡୀଗଡ଼ ଯାତ୍ରା କରିଛନ୍ତି ।

- Advertisement -

ଦୀର୍ଘ ବର୍ଷ ଧରି ସ୍ୱର୍ଗତ ଅଜୟ କୁମାର ନିଜକୁ ଜନସେବାରେ ନିୟୋଜିତ ରଖିଥିଲେ । ବିଶେଷ କରି ଲୋକସେବକ ମଣ୍ଡଳ ସହ ଜଡ଼ିତ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଲୋକସେବକ ମଣ୍ଡଳର କୋଷାଧ୍ୟକ୍ଷ ଦାୟିତ୍ୱ ସହ ଚଣ୍ଡିଗଡ଼ ଶାଖା ସଂପାଦକ ଦାୟିତ୍ୱ ମଧ୍ୟ ସେ ତୁଲାଉଥିଲେ । ଅଜୟ କୁମାରଙ୍କ ବିୟୋଗରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜକୁମାର, ରାଷ୍ଟ୍ରୀୟ ଉପସଭାପତି ତଥା ଓଡ଼ିଶା ଶାଖା ସଭାପତି ନିରଞ୍ଜନ ରଥ, ଆଜୀବନ ସଦସ୍ୟ ରାଜେନ୍ଦ୍ର ଜେନାଙ୍କ ସମେତ ଲୋକସେବକ ମଣ୍ଡଳ ମୁଖ୍ୟାଳୟ ଓ ଦିଲ୍ଲୀ ଶାଖାର କର୍ମଚାରୀଗଣ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ତାଙ୍କ ବିୟୋଗରେ ‘ସମାଜ’ ମୁଖ୍ୟ କାର୍ଯ୍ୟାଳୟରେ ଏକ ସମବେତ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇ ଦିବଙ୍ଗତ ଆତ୍ମାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ତାଙ୍କ ସ୍ମୃତିଚାରଣ ସହ ଏକ ମିନିଟ୍‌ର ନିରବ ପ୍ରାର୍ଥନା କରାଯାଇଥିଲା। ଏହି ସ୍ମୃତିଚାରଣ ସଭାରେ ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ଶ୍ରୀ ରଥ, ସମ୍ପାଦକ ଶ୍ରୀ ଦାଶ, ମହାପ୍ରବନ୍ଧକ ଶିବରାମ ମିଶ୍ର, ଯୁଗ୍ମ ମହାପ୍ରବନ୍ଧକ ପ୍ରିୟବ୍ରତ ମହାନ୍ତି, ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories