ପୁଣି ଚର୍ଚ୍ଚାରେ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା

0

ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ୍‌ ନିଜର ସୁନ୍ଦରତା ଏବଂ ପୋଷାକ ପରିଧାନକୁ ନେଇ ସବୁ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି । ନିକଟରେ କ୍ୟାନ୍ସ ଫେଷ୍ଟିଭାଲ ୨୦୧୮ ରେ ନିଜର ପୋଷାକ ପାରିଧାନକୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ ପ୍ରଶଂସା ଲାଭ କରିଛନ୍ତି । ଶନିବାର ଦିନ ଐଶ୍ୱର୍ଯ୍ୟା ପ୍ରଜାପତି ପଟ୍ଟଚିତ୍ର ପରି ପୋଷାକ ପିନ୍ଧି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଏହାକୁ ତିଆରି କରିଥିଲେ ଦୁବାଇର ମିସେଲ୍‌ ସିନକୋ । ସେହିପରି ବଚ୍ଚନ୍‌ ବୋହୂ ରବିବାର ଦିନ ଶୀମରି ଗାଉନ ପିନ୍ଧି ନିଜର ପ୍ରଶଂସକମାନଙ୍କୁ ଚକ୍କିତ କରିଛନ୍ତି । ଐଶ୍ୱର୍ଯ୍ୟା ନଜର ପୋଷାକ ଏବଂ ସୈାନ୍ଦର୍ଯ୍ୟକୁ ନେଇ ସବୁସମୟରେ ନୁତନତ୍ୱ ଖୋଜିବାରେ ଚେଷ୍ଟା କରଥାନ୍ତି । ଏହି ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟା କେବଳ ସୈାର୍ନ୍ଦଯ୍ୟକୁ ନେଇ ଚର୍ଚ୍ଚାରେ ନଥିଲେ, ଏକ ମା ର ଭୁମିକାକୁ ନେଇ ମଧ୍ୟ ବେଶ ଯତ୍ନଶୀଳ ଥିଲେବୋଲି ସାମାଜିକ ଗାଣମାଧ୍ୟମରେ ମତ ପ୍ରକାଶପାଇଛି । ନିକଟରେ ଐଶ୍ୱର୍ଯ୍ୟା ଇନ୍‌ଷ୍ଟାଗାମ୍‌ ଆକାଉଣ୍ଟରେ ଝିଅ ଆରାଧ୍ୟ୍ୟାଙ୍କ ସହ ଏକ ଫଟୋ ସେୟାର କରିଥିଲେ । ଏହି ପଟୋ ସମାଜିକ ଗଣମାଧ୍ୟମରେ ଅନେକ ଲାଇକ୍‌ ଏବଂ ଭାଇରାଲ ମଧ୍ୟ ହୋଇଥିଲା ।

Leave A Reply