ବିମାନ ପରିଚାରିକାଙ୍କୁ ବିଜେପି ନେତାଙ୍କ ପୁଅର ଅସଦାଚରଣ

0

ପାଟନା : ବିହାର ବିଜେପି ନେତା ତଥା ବିହାର ବିଧାନ ପରିଷଦର ପୂର୍ବ ଅଧ୍ୟକ୍ଷ ଅୱାଧେଶ ନାରାୟଣ ସିଂହଙ୍କ ଦୁଇ ପୁଅଙ୍କ ନାମରେ ସରକାରୀ ଆବାସରେ ଜଣେ ବିମାନ ପରିଚାରିକା (ଏୟାରହଷ୍ଟେସ୍‍)ଙ୍କୁ ଅସଦାଚରଣ ଏବଂ ମାରପିଟ୍‍ର ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପାଟନାର ଏକ ଥାନାରେ ମାମଲା ରୁଜୁ କରାଯାଇଛି। ପୁଲିସ୍‍ର ଜଣେ ଅଧିକାରୀ ସୋମବାର ସୂଚନା ଦେଇଛନ୍ତି ଯେ ଏକ ଘରୋଇ ବିମାନରେ କାର୍ଯ୍ୟରତ ଜଣେ ପରିଚାରିକା ମହିଳା ଥାନାରେ ମେ’ ୧୯ରେ ବିଜେପି ନେତା ଅୱାଧେଶ ନାରାୟଣ ସିଂହଙ୍କ ଦୁଇ ପୁଅ ସୁଶାନ୍ତ ରଂଜନ ଏବଂ ପ୍ରଶାନ୍ତ ରଂଜନଙ୍କ ବିରୋଧରେ ଅସଦାଚରଣ ଓ ମାରପିଟ୍‍ର ଅଭିଯୋଗ କରିଛନ୍ତି। ପୁଲିସ୍‍ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣା ଦିନ ସରକାରୀ ଆବାସରେ ଉପସ୍ଥିତ କର୍ମଚାରୀଙ୍କୁ ପୁଲିସ୍‍ ପଚରାଉଚୁରା କରୁଛି। ଏହି ମାମଲାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ।

Leave A Reply