ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଲା ଏୟାର ଇଣ୍ଡିଆ, ଅକ୍ଟୋବର ୨ରୁ ଲାଗୁ ହେବ ନିୟମ
ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି । ଏହି ନିୟମ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଲାଗୁ ହେବ ବୋଲି ଏୟାର ଇଣ୍ଡିଆର ଅଧ୍ୟକ୍ଷ ଅଶ୍ୱିନୀ ଲୋହାନି ଗୁରୁବାର ସୂଚନା ଦେଇଛନ୍ତି ।
ସେହିପରି ଇନ୍ଧନ ଯୋଗାଣ ରୋକିବା ଉପରେ ଲୋହାନି ମନ୍ତବ୍ୟ ଦେଇଛନ୍ତି । ଏହାର ସମାଧାନ ଖୁବଶୀଘ୍ର ହେବ ବୋଲି ସେ କହିଛନ୍ତି । ପ୍ରକାଶଯୋଗ୍ୟ ଯେ ଏୟାର ଇଣ୍ଡିଆ ଉପରେ ୩ଟି ତେଲ କମ୍ପାନୀର ୪୫୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବକେୟା ରହିଛି। ଏହାକୁ ନେଇ ୩ ତେଲ କମ୍ପାନୀ ଦେଶର ୬ ବିମାନ ବନ୍ଦରକୁ ଇନ୍ଧନ ଯୋଗାଣ ବନ୍ଦ କରିଦେଇଥିଲେ । ଅର୍ଥ ଅଭାବରୁ ତେଲ କମ୍ପାନୀରୁ ଇନ୍ଧନ ଆଣିବା ବନ୍ଦ କରାଯାଇଛି, ଏହାଦ୍ୱାରା କମ୍ପାନୀ ସେବା ପ୍ରଭାବିତ ହୋଇ ନାହିଁ ବୋଲି ଲୋହାନି କହିଥିଲେ । ଗତ ୩ ମାସ ହେବ ଏୟାର ଇଣ୍ଡିଆ ତେଲ କମ୍ପାନୀଙ୍କ ଟଙ୍କା ପରିଶୋଧ କରିନାହିଁ ।
Comments are closed.