www.samajalive.in
Monday, December 15, 2025
15.1 C
Bhubaneswar

ପୁଣି ଏଆଇ ଧରିଲା ମାଟ୍ରିକ୍‌ ପରୀକ୍ଷା ତ୍ରୁଟି

ଭୁବନେଶ୍ବର: ପୁଣି ଏଆଇ ଧରିଲା ମାଟ୍ରିକ୍ ତ୍ରୁଟି। ଏଆଇ ଓ ସିସି ଟିଭି ସର୍ଭେଲାନ୍ସରେ ମାଟ୍ରିକ୍ ପରୀକ୍ଷା ତ୍ରୁଟି ଧରାପଡିଛି। ଏ ନେଇ ବିଏସଇ କମାଣ୍ଡ କଣ୍ଟେ୍ରାଲ୍ ରୁମ୍ ସୂଚନା ଜାରି କରିଛି। ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ଦୁଇଟି ଲେଖାଏଁ ସ୍କୁଲରେ ତ୍ରୁଟି ଧରାପଡିଛି। କେନ୍ଦୁଝର, ନବରଙ୍ଗପୁର ଓ ଗଜପତିର ଗୋଟିଏ ଲେଖାଏଁ ସ୍କୁଲରେ ତ୍ରୁଟି ପରିଲକ୍ଷିତ ହୋଇଛି। ଭଦ୍ରକ ଜିଲ୍ଲାରେ ଧାର୍ଯ୍ୟ ସମୟ ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯାଇଥିବା ଜଣାପଡିଛି। ଯାଜପୁରରେ ପ୍ରଧାନ ଶିକ୍ଷକଙ୍କ ଚାମ୍ବରରେ ପ୍ରଶ୍ନପତ୍ର ଆଗୁଆ ଖୋଲାଯାଇଛି। ଆଉ କେତେକ ସ୍ଥାନରେ ପରୀକ୍ଷାର୍ଥୀ କପି କରିବାର ପ୍ରମାଣ ମଧ୍ୟ ମିଳିଛି।  ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ଓ ଇନଭିଜିଲେଟରଙ୍କୁ ଏ ନେଇ ବୋର୍ଡ ପକ୍ଷରୁ ଚେତାବନୀ ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories