ଭଦ୍ରକ ଓ ରାୟଗଡ଼ା ଜିଲା ପରିକ୍ରମା କଲା ‘ଅହିଂସା ରଥ’, ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବାର୍ତ୍ତା ତଥା ଗାନ୍ଧିଜୀଙ୍କ ଅହିଂସା ଓ ଶକ୍ତି, ଜନସାଧରଣଙ୍କଠାରେ ଦେଶପ୍ରେମର ନିଦର୍ଶନ ସୃଷ୍ଟି କରବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଅହିଂସା ରଥ’ ସମସ୍ତ ରାଜ୍ୟ ପରିକ୍ରମା କରୁଛି । ଆଜି ଏହି କ୍ରମରେ ଅହିଂସା ରଥ ରାୟଗଡ଼ା ଓ ଭଦ୍ରକ ଜିଲା ପରିକ୍ରମା କରିଛି।
ରାୟଗଡ ଜିଲାର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ଆଜି ଭବ୍ୟ ସ୍ୱାଗତ କରାଯାଇଛି । ଆଜି ଗୁଣପୁର ବ୍ଲକର ଜଳତାର, ପୁଟାସିଂ ଅଞ୍ଚଳରେ ପୁଟାସିଂ ସରପଞ୍ଚ, ଜଳତାର ସରପଞ୍ଚ ସେମାନଙ୍କ ଅଞ୍ଚଳରେ ସ୍ୱାଗତ କରିଥିଲେ । ଜଳତାର କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପୁଟାସିଂ ଠାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ନୃତ୍ୟ ମାଧ୍ୟମରେ ଅହିଂସା ରଥର ସ୍ୱାଗତ କରିଥିଲେ । ସ୍ୱତନ୍ତ୍ର ଅଧିକାରୀ, ଲାଞ୍ଜିଆ ସୌରା ଉନ୍ନୟନ ପରିଷଦ, ପୁଟା ସିଂ ଥାନା ଅଧିକାରୀ, ପ୍ରମୁଖ ଉପସ୍ଥିତ ରହି ରଥକୁ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କଟିଥିଲେ । ଅହିଂସା ରଥ ପୁଟା ସିଂ ଅଞ୍ଚଳ ପରିକ୍ରମା କରିବା ସମୟରେ ପ୍ରାୟ ଦୁଇରୁ ଅଢେଇ ହଜାର ଲୋକ ସାମିଲ ଥିଲେ।

ସେହିପରି ଗୁଣପୁର ପୋରାଞ୍ଚଳର ସୌରା ପ୍ରଧାନୀ ଗୁଡାଠାରେ ଦିନ ୧୧ ଘଟିକା ସମୟରେ ଅହିଂସା ରଥ ପହଁଚିବା ପରେ ପ୍ରଶାସନ, ପୌର ପରିଷଦ ତରଫରୁ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡ ଜିଲାପାଳ ସ୍ୱାଧା ଦେବ ସିଂ, କମାଣ୍ଡାଣ୍ଟ ଦୁର୍ଗା ପ୍ରସାଦ ମହାପାତ୍ର, ଡେପୁଟି କମାଣ୍ଡାଟ ବିଭୁ ପ୍ରସାଦ ଉଦଗାତା, ଗୁଣପୁର ଉପଜିଲାପାଳ ଲୋକନାଥ ଦଲବେହେରା, ଜିଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ତହସିଲଦାର ଶରତ ଚନ୍ଦ୍ର ନାୟକ, ଗୁଣପୁର ପୋରାଧ୍ୟକ୍ଷ ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ଗୁଣପୁର ବ୍ଲକ ଅଧ୍ୟକ୍ଷା ଝିଲି ଶବର, ଉପାଧ୍ୟକ୍ଷ ସୁଦର୍ଶନ ଶବର, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ, ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ, ସ୍ୱତନ୍ତ୍ର ଅଧିକାରୀ, ଆଦିବାସୀ ଉନ୍ନୟନ ସଂସ୍ଥା ଶ୍ରୀନିବାସ ଆଚାରି, ସମାଜସେବୀ ଅକ୍ଷୟ ଦାସ, ପୌର ପରିଷଦର ସମସ୍ତ କାଉନସିଲର, ଭାରତୀୟ ସଂରକ୍ଷିତ ବାହିନୀର ସହକାରୀ କମାଣ୍ଡାଟା ବିରଞ୍ଚି ମୁଣ୍ଡଙ୍କ ନେତୃତ୍ୟରେ ୬୦ ରୁ ଅଧିକ ଯବାନ, ଗାନ୍ଧୀ ଅନୁଷ୍ଠାନର ୨୦୦ଛାତ୍ରଛାତ୍ରୀ ନୃତ୍ୟଗୀତ ଦଳ, ଥୟାରମ୍ମା ମହିଳା ମହାବିଦ୍ୟାଳୟ, ଗୁଣପୁର ମହା ବିଦ୍ୟାଳୟ, ମହର୍ଷି ଗୁରୁକୂଳ, ଗାୟତ୍ରୀ କଲେଜ, ଶାନ୍ତି ନିକେତନ କଲେଜ, ବଂଶଧାରା କଲେଜ, ବଛଲଜି ଅନୁଷ୍ଠାନ, ଶତାୟୁ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସୌରା ପ୍ରଧାନୀ ଗୁଡା ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ନୃତ୍ୟ ଦଳ, ବହୁ ଅନୁଷ୍ଠାନ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ସର୍ବ ସାଧାରଣ ପ୍ରମୁଖ ୫୦୦୦ରୁ ଅଧିକ ଲୋକ ପରିକ୍ରମାରେ ଅଂଶ ଗ୍ରହଣ କରିଥିଲେ । ପଦ୍ମପୁର ବ୍ଲକରେ ମଧ୍ୟ ରଥକୁ ବିପୁଳ ଭାବରେ ସ୍‌ାଗତ କରାଯାଇଥିଲା । ଏଥିରେ ବିଡିଓ ରିନା ପ୍ରଧାନ, ସମିତି ଅଧ୍ୟକ୍ଷା,ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ଜନସାଧାରଣ, ସ୍ୱୟଂ ସାହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀ, ମାନ୍ୟଗଣ୍ୟବ୍ୟକ୍ତି ସାମିଲ ହୋଇଥିଲେ ଓ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

prayash

ସେହିପରି ଆଜି ବିଷମ କଟକ ବ୍ଲକର ହାତମୁନିଗୁଡା, ମୁନିଗୁଡା ବ୍ଲକରେ ସହରର କାମୁନିଟି ହଲରେ ବ୍ଲକ ଅଧିକାରୀ, ଜନପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦାନ କରି ରଥକୁ ଭବ୍ୟ ସ୍ୱାଗତ କରିଥିଲେ । ସେଠାରୁ ସଂସ୍କୃତିକ ଶୋଭାଯାତ୍ରା ସହିତ ସହର ପରିକ୍ରମା କରାଯାଇ ତ୍ରିରଙ୍ଗା ପରିକ୍ରମା କରାଯାଇଥିଲା । ଏଥିରେ ବିଡିଓ, ଦିଲ୍ଲୀପ କୁମାର ବେହେରା, ସମିତି ଅଧ୍ୟକ୍ଷା ଦୁଖୁନି ନୁଣ୍ଡରୁକା, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡରୁକା, ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ସେଠାରେ ଭିଡ ମାଧ୍ୟମରେ ସିନେମା ପ୍ରଦର୍ଶନ କରାଯାଇଥିଲା । ସେହିପରି ବଡ ଦହିଖାଲଠାରେ ଗ୍ରାମ ଶୋଭାଯାତ୍ରା, ତ୍ରିରଙ୍ଗା ଯାତ୍ରାର ପରିକ୍ରମା କାଯାଇଥିଲା ଓ କୁନି ଶିଶୁ କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।
ସେହିପରି ଆମ୍ବଦଳାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ଆମ୍ବାଦଳାର ଜନସାଧାରଣ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧିମାନେ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ପ୍ରାୟ ୫ ହଜାର ଜନସାଧାରଣ ଯୋଗଦେଇଥିଲେ । ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ସୁନିଲ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସହିଦ ଲକ୍ଷ୍ମଣ ନାୟକ ଓ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହାପରେ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଂସ୍କୃତିକ ପରିବେଷଣ କରାଯାଇଥିଲା ।

ସେହିପରି ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ବ୍ଲକରେ ଆଜି ଅହିଂସା ରଥ ପରିକ୍ରମା କାର୍ଯ୍ୟ ଆୟୋଜିତ ହୋଇଥିଲା । ବିଷ୍ଣୁପୁର ଓ ନାଆମୀ ପଞ୍ଚାୟତ କାର୍ଯ୍ୟାଳୟ ସହ ନେରେଡ଼ା ଗ୍ରାମପଞ୍ଚାୟତ, ଆଖୁଆପଦା ସ୍କୁଲ ଓ ତେସିଙ୍ଗା ପଞ୍ଚାୟତର କୁଲଣା ବଜାରରେ ରଥ ପରିକ୍ରମା କରିଥିଲା । ବିଷ୍ଣୁପୁର ସରପଞ୍ଚ ଅମୂଲ୍ୟ କୁମାର ନାୟକ, ନାଆମୀର ସରପଞ୍ଚ ସସ୍ମିତା ସେଠୀ, ନେରେଡ଼ାର ସରପଞ୍ଚ ଦେବଦାସୀ ଜେନା, ତେସିଙ୍ଗାର ସରପଞ୍ଚ ଧନେଶ୍ୱର ସାହୁଙ୍କ ସମେତ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ଓ ବହୁ ସଂଖ୍ୟକ ଜନସଧାରଣ ନିଜ ନିଜ ଅଞ୍ଚଳରେ ରଥକୁ ସ୍ୱାଗତ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ବିଡ଼ିଓ ଦେବଦତ୍ତ ଦାସ, ପଞ୍ଚାୟତିରାଜ ପ୍ରତିନିଧି ରାଜକିଶୋର ଜେନା, ଜିଲା ପରିଷଦ ସଦସ୍ୟ ବଦ୍ରିନାରାୟଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ କଳାକାର ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭିଡ଼ିଓ ସୋ ଅନୁଷ୍ଠିତ ହୋଇଥିଲା ।
ଏହି ଅହିଂସା ରଥ ପରିକ୍ରମା ବିଭିନ୍ନ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଉତ୍ତରପିଢ଼ିଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ସହ ଗାନ୍ଧୀବାଦର ଆଦର୍ଶ ପ୍ରତିଫଳିତ କରୁଛି।

kalyan agarbati

Comments are closed.