www.samajalive.in
Sunday, December 14, 2025
19.1 C
Bhubaneswar

ରାଜ୍ୟବ୍ୟାପୀ ପରିକ୍ରମା ସାରି ଫେରିଲା ‘ଅହିଂସା ରଥ’, ଗାନ୍ଧୀ ଜୟନ୍ତୀ ସମାରୋହରେ ସ୍ୱାଗତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବ୍ୟାପୀ ପରିକ୍ରମା ସାରି ୪୮ ଦିନ ପରେ ଆଜି ଅହିଂସା ରଥ ଭୁବନେଶ୍ୱର ଫେରିଛି। ଆସନ୍ତାକାଲି ପବିତ୍ର ଗାନ୍ଧୀ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଗୁଡ଼ିକୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅହିଂସା ରଥ ଅଭିଯାନ ଥିଲା ଏକ ଅର୍ଥପୂର୍ଣ୍ଣ ସଂଯୋଜନା। ଗତ ସ୍ୱାଧୀନତା ଦିବ ସ କାର୍ଯ୍ୟକ ମ୍ର ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଅହିଂସା ର ଥ’ ପରିକ୍ରମାର ଶୁଭାରମ୍ଭ କରିଥିଲେ।
ଅଭିଯାନର ଉଦ୍ଦେଶ୍ୟ
ଜାତିର ଜନକ ମହାତ୍ମା ଗାନ୍ଧୀ ଅହିଂସା ମନ୍ତ୍ର ବଳରେ ଦେଶର ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଓ ଅହିଂସା ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦକୁ ସ୍ଥାନିତ କରିବା ପାଇଁ ପୂର୍ବରୁ ଅନୁରୋଧ ଜଣାଇଛନ୍ତି। ଦାରିଦ୍ର୍ୟ ଓ ସାମାଜିକ ଅବିଚାର ପରି ବଡ଼ ଆହ୍ୱାନଗୁଡ଼ିକୁ ଅହିଂସା ବିନା ପ୍ରତିହତ କରାଯାଇପାରିବ ନାହିଁ। ଅନ୍ୟପକ୍ଷରେ ଜାତି, ଧର୍ମ ଓ ବର୍ଣ୍ଣ ଭିତ୍ତିରେ ସମାଜକୁ ବିଭକ୍ତ କରୁଥିବା ଶକ୍ତିଗୁଡ଼ିକର ପରାଜୟରେ ପ୍ରକୃତ ପ୍ରଗତି ହାସଲ କରାଯାଇପାରିବ। ସ୍ୱାଧୀନତାର ମର୍ମବାଣୀ, ସଂଗ୍ରାମୀମାନଙ୍କ ତ୍ୟାଗପୂତ ଅବଦାନର ଅବତାରଣା ସାଙ୍ଗକୁ ଶାନ୍ତି ଓ ଅହିଂସାର ସନ୍ଦେଶ ସାରା ରାଜ୍ୟରେ ପହଞ୍ଚାଇବା ସହିତ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ଉତ୍ସାହିତ ଏବଂ ସଚେତନ କରିବା ଲକ୍ଷ୍ୟରେ ‘ଅହିଂସା ରଥ’ ଅଭିଯାନ ଆରମ୍ଭ ହୋଇଥିଲା।

୨୦ ହଜାର କିଲୋମିଟର ପରିକ୍ରମା

- Advertisement -

ଚାରୋଟି ଅହିଂସା ରଥ ରାଜ୍ୟର ସମସ୍ତ ଜିଲା ମୁଖ୍ୟାଳୟରେ ପହଞ୍ଚିଥିଲେ। ଏଲଇଡି ଭିଡ଼ିଓ ୱାଲ‌୍‌ରେ ସଜ୍ଜିତ ଚାରୋଟି ରଥ ରାଜ୍ୟର ୩୧୪ଟି ଯାକ ବ୍ଲକ୍‌ ପରିକ୍ରମା କରିଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଶହୀଦ ଲକ୍ଷ୍ମଣ ନାଏକ, ସ୍ୱାଧୀନତା ସଂଗ୍ରାମୀ ରଘୁ-ଦିବାକର ଓ କନିଷ୍ଠତମ ଶହୀଦ ବାଜି ରାଉତଙ୍କ ଜୀବନାଦର୍ଶ ସମ୍ବଳିତ ପ୍ରାମାଣିକ ଚଳଚ୍ଚିତ୍ର ‘ଅହିଂସା ରଥ’ର ଭିଡ଼ିଓ ୱାଲ୍‌ରେ ପ୍ରଦର୍ଶିତ ହୋଇଥିଲା। ଏହା ସହିତ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ୍ତ ବାର୍ତ୍ତା ମଧ୍ୟ ପ୍ରଚାରିତ ହୋଇଥିଲା। ‘ଗାନ୍ଧିଜୀ ଓ ଓଡ଼ିଶା’ ଶୀର୍ଷକ ଚଳଚ୍ଚିତ୍ର ପ୍ରଦର୍ଶନ ଥିଲା ଅନ୍ୟତମ ଆକର୍ଷଣ। ‘ଅହିଂସା ରଥ’ ଗତ ୪୮ ଦିନରେ ରାଜ୍ୟରେ ସମୁଦାୟ ୨୦ ହଜାର ୪୫୩ କିଲୋମିଟର ପରିକ୍ରମା କରି ଶାନ୍ତିର ବାର୍ତ୍ତା ବିତରଣ କରିଛି।
ସ୍ୱାଧୀନତାର ଉଚ୍ଛ୍ୱାସ: ବିପୁଳ ଉନ୍ମାଦନା
ରାଜ୍ୟର ସବୁସ୍ଥାନରେ ‘ଅହିଂସା ରଥ’କୁ ମିଳିଛି ଭବ୍ୟ ସମ୍ବର୍ଦ୍ଧନା। ସବୁଠାରେ ଜନସମାଗମ। ବିପୁଳ ଉତ୍ସାହ, ଉନ୍ମାଦନା ଓ ହର୍ଷୋଲ୍ଲାସର ପରିବେଶ। ସାଂସଦ, ବିଧାୟକ, ତ୍ରିସ୍ତରୀୟ ପଞ୍ଚାୟତିରାଜ ପ୍ରତିନିଧି, ପଦାଧିକାରୀ, ଛାତ୍ରଛାତ୍ରୀ ସମବେତ ହୋଇ ଅହିଂସା ରଥକୁ ସ୍ୱାଗତ ଜଣାଇଛନ୍ତି। ମିଶନ ଶକ୍ତି ମା’ମାନଙ୍କ ଯୋଗଦାନ ଅତୁଳନୀୟ ହୋଇଛି। ସବୁଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପାରମ୍ପରିକ ଗୀତ-ନୃତ୍ୟ-ବାଦ୍ୟର ତାଳେ ତାଳେ ଗୁଞ୍ଜରିତ ହୋଇଛି ପରିବେଶ। ସବୁଠାରେ ସମବେତ ଜନସାଧାରଣଙ୍କ ଜାତିପ୍ରୀତିର ଅନନ୍ୟ ଉଚ୍ଛ୍ୱାସ ପରିଲକ୍ଷିତ ହୋଇଛି। ବିଭିନ୍ନ କାର୍ଯ୍ୟକ୍ରମରେ ଜାତୀୟ ପତାକା ପ୍ରଦର୍ଶନ, ଶଙ୍ଖଧ୍ୱନି ସାଙ୍ଗକୁ ହୁଳହୁଳି, ହରିବୋଲ, ସଂକୀର୍ତ୍ତନ, ବନ୍ଦାପନା ‘ଅହିଂସା ରଥ’ ଅଭିଯାନକୁ ଦେଇଛି ଦୁର୍ଲଭ ବିଶେଷତ୍ୱ। ଛାତ୍ରଛାତ୍ରୀ, ଯୁବକ, ମହିଳାମାନଙ୍କ ସ୍ଳୋଗାନରେ ପ୍ରତିଧ୍ୱନିତ ହୋଇଛି ସ୍ୱାଧୀନତା ଓ ଜାତିପ୍ରୀତିର ସନ୍ଦେଶ। ସ୍ୱାଧୀନତା ଆନ୍ଦୋଳନରେ ଅବଦାନ ପ୍ରକଟ କରିଥିବା ଓଡ଼ିଶାର ସଂଗ୍ରାମୀମାନଙ୍କ ସହିତ ସଂପୃକ୍ତ ସ୍ମୃତିପୀଠ, ଜନ୍ମସ୍ଥାନଗୁଡ଼ିକରେ ‘ଅହିଂସା ରଥ’ର ସ୍ୱାଗତ ଅଧିକ ମର୍ମସ୍ପର୍ଶୀ ହୋଇଛି। ଆବେଗ, ଉନ୍ମାଦନା, ଶାନ୍ତି ଓ ଅହିଂସା ପ୍ରତି ବିପୁଳ ସମର୍ଥନ ସାଙ୍ଗକୁ ବିକାଶଧାରାରେ ରାଜ୍ୟବାସୀଙ୍କ ଭାଗୀଦାରିର ପ୍ରତିଶ୍ରୁତି ବହନ କରି ‘ଅହିଂସା ରଥ’ ପ୍ରତ୍ୟାବର୍ତ୍ତନ କରିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories