www.samajalive.in
Sunday, December 14, 2025
26.1 C
Bhubaneswar

ବ୍ରଏଲର କୁକୁଡ଼ା ଚାଷର ବିକାଶ ନିମନ୍ତେ କୁକୁଡ଼ା ଚାଷୀ ଏବଂ ଇଣ୍ଟିଗ୍ରେଟରଙ୍କ ମଧ୍ୟରେ ଉତ୍ତମ ବାତାବରଣ ବଜାୟ ରହିବା ଆବଶ୍ୟକ

ଭୁବନେଶ୍ୱର: ରାଜ୍ୟରେ ବ୍ରଏଲର କୁକୁଡ଼ା ଚାଷର ବିକାଶ ନିମନ୍ତେ କୁକୁଡ଼ା ଚାଷୀ ଏବଂ ଇଣ୍ଟିଗ୍ରେଟରମାନଙ୍କ ମଧ୍ୟରେ ଉତ୍ତମ ବାତାବରଣ ବଜାୟ ରଖିବା ଆବଶ୍ୟକ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ଏହି ପରିପ୍ରେକ୍ଷୀରେ କୃଷି ଭବନଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଇଣ୍ଟିଗ୍ରେଟର ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା କୁକୁଡ଼ା ଚାଷୀମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇ କୁକୁଡ଼ା ଚାଷୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ବିଶଦ ଭାବରେ ଆଲୋଚନା ହୋଇଥିଲା ।
ଆୟୋଜିତ ବୈଠକରେ କୁକୁଡ଼ା ଚିଆଁର ଦରବୃଦ୍ଧି ଠିକ୍‌ ସମୟରେ ବିକି୍ରଯୋଗ୍ୟ କୁକୁଡ଼ା ଇଣ୍ଟିଗ୍ରେଟରମାନଙ୍କ ଦ୍ୱାରା ଉଠାଣ, ଇଣ୍ଟିଗ୍ରେଟରମାନଙ୍କ ଦ୍ୱାରା ଉନ୍ନତ ମାନର ଓ ସଠିକ୍‌ ଓଜନର କୁକୁଡ଼ା ଚିଆଁ ଓ କୁକୁଡ଼ା ଖାଦ୍ୟ ଯୋଗାଣ, ଇଣ୍ଟିଗ୍ରେଟରମାନଙ୍କ ଦ୍ୱାରା କୁକୁଡ଼ାର ବୀମାକରଣ, କୁକୁଡ଼ା ବିକି୍ରରେ ଚାଷୀଙ୍କୁ ପ୍ରୋତ୍ସାହନ, ଇଣ୍ଟିଗ୍ରେଟର ଓ ଚାଷୀମାନଙ୍କ ମଧ୍ୟରେ ହେଉଥିବା ଚୁକ୍ତିନାମାକୁ ଓଡ଼ିଆ ଭାଷାରେ କରିବା ଆଦି ବିଷୟରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା ।
ଇଣ୍ଟିଗ୍ରେଟରମାନେ ସେମାନଙ୍କ ଚାଷୀମାନଙ୍କ ସହିତ ନିୟମିତ ଆଲୋଚନା ଜାରି ରଖି ଉପୁଜୁଥିବା ସମସ୍ୟାର ସମାଧାନ ପନ୍ଥା ବାହାର କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିବାବେଳେ ପରବର୍ତ୍ତୀ ସମୟରେ ଏ ଦିଗରେ କୁକୁଡ଼ା ଚାଷୀମାନଙ୍କ ପ୍ରତିନିଧି ଓ ଇଣ୍ଟିଗ୍ରେଟରମାନଙ୍କ ସହିତ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ବୈଠକ ଆୟୋଜନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏଥି ସହିତ ଚୁକ୍ତିଭିତ୍ତିକ ବ୍ରଏଲର କୁକୁଡ଼ା ଚାଷ ସଂପର୍କରେ ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଚିଠା ମାର୍ଗଦର୍ଶିକା ସଂପର୍କରେ ଆପତ୍ତି ଓ ପରାବର୍ଶ ଦେବା ପାଇଁ ବୈଠକରେ କୁହାଯାଇଥିଲା ।
ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ୟେଦୁଲ୍ଲା ବିଜୟ ଏବଂ ବିିଭାଗର ବରିଷ୍ଠ ଅଧିକାରୀମାନଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ବ୍ରଏଲର କୁକୁଡ଼ା ଚାଷୀଭାଇ ଓ ଇଣ୍ଟିଗ୍ରେଟରମାନେ ଯୋଗଦେଇଥିଲେ ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories