www.samajalive.in
Sunday, December 14, 2025
26.1 C
Bhubaneswar

ଅନ୍ତର୍ନିବେଶୀ ଶିକ୍ଷା ଉପରେ ରାଜ୍ୟସ୍ତରୀୟ ପରାମର୍ଶକେନ୍ଦ୍ରିକ ସମ୍ମିଳନୀ, ‘ଅନ୍ତର୍ନିବେଶୀ ଶିକ୍ଷାର ସୁଦୃଢ଼ୀକରଣ ଆଜିର ଆହ୍ୱାନ’

ଭୁବନେଶ୍ୱର : ଆଜି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଭୁବନେଶ୍ୱରଠାରେ ଏକ ପରାମର୍ଶକେନ୍ଦ୍ରିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ।
ଏହି ଅବସରରେ ଜେନା ଅନ୍ତର୍ନିବେଶୀ ଶିକ୍ଷାର ସୁଦୃଢୀକରଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀମାନଙ୍କର ସମସ୍ୟାକୁ ସୂଚାରୁରୂପେ କିଭଳି ସମାଧାନ କରାଯିବ ତାହା ଉପରେ ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀଙ୍କୁ କିଭଳି ଗୃହ, ବିଦ୍ୟାଳୟ ଓ ସମାଜରେ ସ୍ୱତନ୍ତ୍ର ଧ୍ୟାନଦେଇ ସେମାନଙ୍କର ଶିକ୍ଷଣ-ଅଭିବୃଦ୍ଧି କରିବା ଉପରେ ଆଲୋକପାତ କରିଥିଲେ। ସେ ମଧ୍ୟ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀମାନଙ୍କ ପ୍ରତି କିଭଳି ସହାନୁଭୂତି, ଉତ୍ସାହ ଓ ପ୍ରତିବଦ୍ଧତା ଜାରି ରହିବ ସେ ବିଷୟରେ ମଧ୍ୟ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଏଥିପାଇଁ ଉଭୟ ସରକାରୀ, ବେସରକାରୀ ସଂସ୍ଥା ଓ ସାଧାରଣ ନାଗରିକମାନଙ୍କର ସମନ୍ୱୟର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥୀ ଏସ. ଉପସ୍ଥିତ ଥିବା ସମସ୍ତ ଅଧିକାରୀ, ସଦସ୍ୟସଦସ୍ୟାମାନଙ୍କୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ହେଲେ ପରିବର୍ତ୍ତନର ଆବଶ୍ୟକତା ତଥା ଅଂଶୀଦାରଭିତ୍ତିକ ଯୋଜନା ପ୍ରଣୟନ ଓ ସହଯୋଗିତାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ ଶିକ୍ଷାର୍ଥୀମାନଙ୍କର ବିକାଶ ପାଇଁ ରାଜ୍ୟ ସରକାର, ବେସରକାରୀ ସଂସ୍ଥା ତଥା ବିଭିନ୍ନ ସେ୍ୱଚ୍ଛାସେବୀ ଅନୁଷ୍ଠାନ ଓ ସାଧାରଣ ନାଗରିକତାର ଆବଶ୍ୟକତା ରହିଛି ବୋଲି ପ୍ରାଧାନ୍ୟ ଦେଇଥିଲେ। ସେ ମଧ୍ୟ ଅନ୍ତର୍ନିବେଶୀ ଶିକ୍ଷା ପାଇଁ ବ୍ଲକ ସ୍ତରରେ ବ୍ଲକ ସାଧନ କେନ୍ଦ୍ର ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ଅବସରରେ ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ସାହା ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କ ପାଇଁ ସଙ୍ଗବଦ୍ଧ ହୋଇ ଏକତ୍ର ଭାବରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଓ ଉପସ୍ଥିତ ଥିବା ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଅଧିକାରୀମାନେ ସେମାନଙ୍କର ବ୍ୟସ୍ତବହୁଳ କାର୍ଯ୍ୟକ୍ରମରୁ ଅନ୍ତର୍ନିବେଶୀ ଶିକ୍ଷା ପାଇଁ କିଛି ସମୟ ଅତିବାହିତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
ଏହି ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀ ବୃନ୍ଦ, ଡ. ଶୃତି ମହାପାତ୍ର, ପ୍ରତିଷ୍ଠାତା, ସ୍ୱାଭିମାନ, ଲଳିତା ପଟ୍ଟନାୟକ, ଶିକ୍ଷା ବିଶେଷଜ୍ଞ, ୟୁନିସେଫ ରାଜ୍ୟ କାର୍ଯ୍ୟାଳୟ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧୀନରେ କାର୍ଯ୍ୟକରୁଥିବା ଅନୁଷ୍ଠାନ ଓ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କାର୍ଯ୍ୟ କରୁଥିବା ରାଜ୍ୟ ସ୍ତରୀୟ ଅନୁଷ୍ଠାନ ସମୂହ, ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ଯୋଗଦେଇ ସେମାନଙ୍କର ମତାମତ ରଖିଥିଲେ।

- Advertisement -

ଉକ୍ତ ସମ୍ମିିଳନୀରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ନେଇ ଅନ୍ତର୍ନିବେଶୀ ଶିକ୍ଷାର୍ଥୀମାନଙ୍କର ବିକାଶ ପାଇଁ ମାନସ ମନ୍ଥନ କରାଯାଇ ଦଳଗତ ଭାବେ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଆଗାମୀ ଦିନରେ ସମସ୍ତଙ୍କ ସୁପାରିଶକୁ ଆଧାର କରି ଉପଯୁକ୍ତ କାର୍ଯ୍ୟ ପନ୍ଥା ଅନ୍ତର୍ନିବେଶୀ ଶିକ୍ଷାର ଉନ୍ନତି ପାଇଁ ବିଶେଷ ସହାୟକ ହେବ। ପରିଶେଷରେ ଓସେପାର ଅତିରିକ୍ତ ନିର୍ଦେଶକ ସରୋଜ କୁମାର ବେହେରା ବରିଷ୍ଠ ପଦାଧିକାରୀ, ସମସ୍ତ ସଭ୍ୟସଭ୍ୟାମାନଙ୍କର ସମ୍ମିଳିତ ଯୋଗଦାନ ଓ ଅନ୍ତର୍ନିବେଶୀ ଶିକ୍ଷାର ମାନ ବୃଦ୍ଧି ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡିକୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories