ନାବାଳିକା ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ

0

ଯୋଧପୁର: ନାବାଳିକା ବଳାତ୍କାର ମାମଲାରେ ଆତ୍ମ ଘୋଷିତ ଧର୍ମଗୁରୁ ଆଶାରାମଜୀ ବାପୁଙ୍କୁ ଦୋଷୀ ଘୋଷିତ କରିବା ପରେ ଯୋଧପୁର ସ୍ୱତନ୍ତ୍ର ଏସ୍‌ସି ଏସ୍‌ଟି ଅଦାଲତ ତାଙ୍କୁ ଆଜୀବନ କାରାଦଣ୍ଡ  ଘୋଷଣା କରିଛନ୍ତି । ହିଂସାର ଆଶଙ୍କା କରାଯାଇ ଯୋଧପୁର କେନ୍ଦ୍ରୀୟ ଜେଲରେ ଏହାର ରାୟ ପ୍ରକାଶ କରାଯାଇଥିଲା ।୨୦୧୩ ମସିହାରେ ସେ ଜଣେ ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏଥିରେ ଦୋଷୀ ସାବ୍ୟସ୍ତ ହୋଇ ଥିବା ଅନ୍ୟ ଦୁଇଜଣଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡ ଘୋଷଣା କରାଯାଇଛି ।

ଗତ ବର୍ଷ ଗୁରମିତ ରାମ ରହିମଙ୍କୁ ଦୋଷୀ ଘୋଷଣା ପରେ ହୋଇଥିବା ହିସାଂକୁ ଦୃଷ୍ଟିରେ ରଖି ଯୋଧପୁର କେନ୍ଦ୍ରୀୟ ଜେଲରେ ଏହି ଶୁଣାଣୀ କରାଯାଇଥିଲା । ଆଶାରାମଜୀ ବାପୁ,୨୦୧୩ ମସିହା ଅଗଷ୍ଟ ୩୧ ତାରିଖରୁ ଜେଲରେ ରହିଛନ୍ତି ।  ଆଶାରମଙ୍କକ ଆଶ୍ରମରେ ରହୁଥିବା ଏହି ନାବାଳିକା ଛାତ୍ରୀକୁ ଆଶାରମ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ପୋକ୍‌ସୋ ଓ ଏସ୍‌ସି ଏସ୍‌ଟି ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା ।

ଶୁଣାଣୀ ପାଇଁ ଯୋଧପୁର ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସାରା ସହରରେ ୧୪୪ ଧାରା ଲାଗୁ କରାଯାଇଛି ।

ସେହିପରି ଆଶାରାମଙ୍କ ନାମରେ ଗୁଜୁରାଟରେ ୨ ଟି ବଳାତ୍କାର ମାମଲା ରହିଛି । ସୁରାଟର ୨ ଜଣ ଭଉଣୀ ଆଶାରାମଙ୍କ ନାମରେ ଏହି ମାମଲା ରୁଜୁ କରିଛନ୍ତି । ଆଶାରାମଙ୍କ ସହ ତାଙ୍କପୁଅ ନାରାୟଣଙ୍କ ନାମରେ ଏହି ମାମଲା ରୁଜୁ କରାଯାଇଛି ।

ବୁଧବାରର   କରାଯାଇଥିବା ଏହି ଶୁଣାଣୀ ପାଇଁ ଯୋଧପୁର କେନ୍ଦ୍ରୀୟ ଜେଲରେ ଏକ କୋର୍ଟ ରୁମ  ତିଆରି କରାଯାଇଥିଲା । ପୁଲିସ ବି ରାଜସ୍ଥାନ ହାଇକୋର୍ଟଙ୍କ ନିକଟରେ ଶୁଣୀଣୀ କରୁଥିବା ଅଦାଲତ ଜେଲ୍‌ରେ ଏହି ମାମଲାର  ରାୟ ପ୍ରକାଶ କରିବାକୁ ଅନୁରୋଧ କରିଥିଲେ । ହାଇକୋର୍ଟଙ୍କ ଅନୁମତି ପରେ ଜେଲ୍‌ରେ ଏହି ମାମଲାର ରାୟ ପ୍ରକାଶ କରାଯାଇଥିଲା ।

Leave A Reply