www.samajalive.in
Sunday, December 7, 2025
14.1 C
Bhubaneswar

ଅହମଦାବାଦ ବିମାନ ଦୁର୍ଘଟଣା ; ରିକ୍ସା ଚଲାଇ ଝିଅକୁ ପଢାଇଥିଲେ ପାଠ, କମ୍ପାନୀ କାମରେ ଯାଉଥିଲେ ଲଣ୍ଡନ,ହେଲେ ସବୁକିଛି ବଦଳିଗଲା

ଅହମଦାବାଦ : ଅହମଦାବାଦ ବିମାନ ଦୁର୍ଘଟଣାରେ ଅନେକ ମୂଲ୍ୟବାନ୍‌ ଜୀବନ ଚାଲି ଯାଇଛି । ଏଥିରେ କେବଳ ଜଣେ ବ୍ୟକ୍ତିଙ୍କ ଜୀବନ ସୌଭାଗ୍ୟବଶତଃ ବଞ୍ଚି ଯାଇଛି । ବିମାନରେ ଯାତ୍ରା କରୁଥିବା ଅନେକ ଯାତ୍ରୀଙ୍କ କାହାଣୀ ହୃଦୟକୁ ବିଚଳିତ ସହ ମର୍ମାହତ କରୁଛି । ପାୟଲ ଖଟୀକ ନାମରେ ଜଣେ ଯୁବତୀଙ୍କ ଏହି ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ପାୟଲଙ୍କ ବାପା ଜଣେ ରିକ୍ସା ଚାଳକ ବୋଲି ଜଣାପଡିଛି । ସେ ରିକ୍ସା ଚଲାଇ ନିଜ ଝିଅକୁ ପାଠ ପଢାଇଥିଲେ । ପାୟଲ କାମ କରୁଥିବା କମ୍ପାନୀର କୌଣସି କାମ ପାଇଁ ଲଣ୍ଡନ ଯାଉଥିଲେ । ମାତ୍ର ଗତକାଲି ବିମାନ ଦୁର୍ଘଟଣା କାରଣରୁ ତାଙ୍କ ଜୀବନ ଚାଲି ଯାଇଛି ।

ଗୁଜରାଟର ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୨୪୨ ଯାତ୍ରୀଙ୍କ ମୃତ୍ୟୁ ହୋଇ ସାରିଛି । ମାତ୍ର ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚି ଯାଇଛି ।

- Advertisement -

ପାୟଲ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ସେ କମ୍ପାନୀ ପକ୍ଷରୁ ଲଣ୍ଡନ ଯାଉଥିଲେ । ପ୍ରଥମ ଥର ବିମାନରେ ଯାଉଥିଲେ । ପାୟଲଙ୍କ ବାପା ସୁରେଶଭାଇ ଖଟୀକ ରିକ୍ସା ଚଲାଇ ଝିଅକୁ ପାଠ ପଢାଇଥିଲେ । ସେ ଖୁବ୍‌ ଚେଷ୍ଟା କରି ଚାକିରିରେ ସଫଳତା ପାଇଥିଲେ ।

ଝିଅର ସ୍ୱପ୍ନ ପୂରଣ ହେଉଥିବା ଦେଖୁଥିଲେ । ମାତ୍ର ଅଧାରେ ରହିଗଲା ସବୁକିଛି । ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବିମାନ ଦୁର୍ଘଟଣାରେ ଚାଲିଗଲା ପାୟଲଙ୍କ ଜୀବନ । ଭୟଙ୍କର ଦୁର୍ଘଟଣା ବିଷୟରେ ଜାଣି ପରିବାର ଲୋକେ ସ୍ତବ୍ଧ ହୋଇ ଯାଇଛନ୍ତି । ଶୋକର ଛାୟା ଖେଳିଯାଇଛି । କେହି ମଧ୍ୟ ପାୟଲଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ।

ପୁଣି ଭାଙ୍ଗିଲା ସବୁ ରେକର୍ଡ; ସୁନା ଦାମ୍‌ ଟପିଲା ଲକ୍ଷେ ଟଙ୍କା, ଏକାଥରେ ବଢିଲା ଏତେ

ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ.. ଏକାଠି ହେଲେ ଶୁକ୍ର-ଶନି ; ଏହି ରାଶିଙ୍କ ଖୋଲିବେ ବନ୍ଦ ଭାଗ୍ୟର ତାଲା, ହଠାତ୍‌ ହେବେ କୋଟିପତି..

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories