www.samajalive.in
Sunday, December 7, 2025
26.1 C
Bhubaneswar

ପୁଣି ଭାଙ୍ଗିଲା ସବୁ ରେକର୍ଡ; ସୁନା ଦାମ୍‌ ଟପିଲା ଲକ୍ଷେ ଟଙ୍କା, ଏକାଥରେ ବଢିଲା ଏତେ

ଭୁବନେଶ୍ୱର : ବଡ ଖବର । ପୁଣି ସମସ୍ତ ରେକର୍ଡ ଭାଙ୍ଗି ୧ ଲକ୍ଷ ଟଙ୍କା ଟପିଲା ସୁନା ଦର । ଜୁନ୍‌ ୧୩ ଅର୍ଥାତ୍‌ ଶୁକ୍ରବାର ସୁନା ଦାମ୍‌ ପୁଣି ସଭିଁଙ୍କ ଚିନ୍ତା ବଢାଇ ଦେଇଛି ।

୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୧,୪୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ଏହା ୯୯,୨୮୦ ଟଙ୍କା ଥିଲା । ଏଥିରେ ୨,୧୨୦ ଟଙ୍କା ବୃଦ୍ଧି ହୋଇଛି ।

- Advertisement -

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୨,୯୫୦ ଟଙ୍କା ହୋଇଛି । ଗତକାଲି ୯୧,୦୦୦ ଟଙ୍କା ଥିଲା । ଏଥିରେ ୧,୯୫୦ ଟଙ୍କା ବୃଦ୍ଧି ହୋଇଛି ।

୧୮ କ୍ୟାରେଟ୍‌ ସୁନା ଦାମ୍‌ ୭୬,୦୫୦ ଟଙ୍କା ରହିଛି । ଗତକାଲି ୭୪,୪୬୦ ଟଙ୍କା ଥିଲା । ଏଥିରେ ୧,୫୯୦ ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୨,୦୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ୧୧,୮୯୦ ଟଙ୍କା ଥିଲା । ଏଥିରେ ୧୧୦ ଟଙ୍କା ବୃଦ୍ଧି ହୋଇଛି ।

ପ୍ରଥମେ ଏପ୍ରିଲ ୨୨ରେ ପ୍ରଥମ ଥର ସୁନା ଦାମ୍‌ ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିଲା ।

ଦେଖନ୍ତୁ ; ଅହମ୍ମଦାବାଦ ବିମାନ ଦୁର୍ଘଟଣା, ସାମ୍ନାକୁ ଆସିଲା ଛାତିଥରା ଦୃଶ୍ୟ

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories