www.samajalive.in
Monday, December 8, 2025
27.1 C
Bhubaneswar

ମହୁମାଛି ପାଇଁ ହୃଦଘାତ, ସଞ୍ଜୟ କପୁରଙ୍କ ଦେହାନ୍ତ

ସମାଜ ଡିଜିଟାଲ ଡେସ୍କ: ବଲିଉଡ୍‌ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ଵାମୀ ତଥା ଶିଳ୍ପପତି ସଞ୍ଜୟ କପୁରଙ୍କ ମୃତ୍ୟୁ ଘଟିଛି। ହୃଦଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଛି। ସଞ୍ଜୟ ଲଣ୍ଡନରେ ରହୁଥିଲେ। ତାଙ୍କୁ ୫୩ ବର୍ଷ ହୋଇଥିଲା। ତାଙ୍କ ବ୍ୟାବସାୟିକ ପରାମର୍ଶଦାତା ସୁହେଲ ସେଠ୍‌ ସଞ୍ଜୟଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି। ମହୁମାଛି ପାଇଁ ତାଙ୍କର ହୃଦଘାତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗତ ଗୁରୁବାର ଘୋଡ଼ାଦୌଡ଼ ପ୍ରତିଯୋଗିତାରେ ସଞ୍ଜୟ ଭାଗ ନେଇଥିଲେ। ଘୋଡ଼ା ଦୌଡ଼ କରୁଥିବା ସମୟରେ ତାଙ୍କ ପାଟି ଭିତରେ ଏକ ମହୁମାଛି ପଶିଯାଇଥିଲା, ଯାହାକୁ ଭୁଲବଶତଃ ସଞ୍ଜୟ ଗିଳିଦେଇଥିଲେ। ଏହା ପରେ ତାଙ୍କୁ ହୃଦଘାତ ହୋଇଥିଲା। ବୋଧହୁଏ ଶରୀରର ଆଭ୍ୟନ୍ତରରେ ମହୁମାଛି ଦଂଶିବାରୁ ହୃଦଘାତ ହୋଇଥିବା କୁହାଯାଉଛି। ତୁରନ୍ତ ତାଙ୍କର ଚିକିତ୍ସା କରାଯାଇଥିଲେ ହେଁ ଡାକ୍ତରମାନେ ତାଙ୍କ ଜୀବନ ରକ୍ଷା କରିପାରି ନ ଥିଲେ।

- Advertisement -

ଏହି ଘଟଣା ପରେ କରିସ୍ମା କପୁର ଏବଂ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ମୁମ୍ବଇରେ କରିସ୍ମା ରହୁଥିବାବେଳେ ଗୁରୁବାର ରାତିରେ ଭଉଣୀ କରୀନା କପୁର ଏବଂ ତାଙ୍କ ସ୍ଵାମୀ ସୈଫଅଲ୍ଲୀ ଖାନ କରିସ୍ମାଙ୍କ ଘରେ ପହଞ୍ଚି ତାଙ୍କୁ ସାନ୍ତ୍ଵନା ଜଣାଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories