ଆଗ୍ରା : ଉତ୍ତରପ୍ରଦେଶର ଆଗ୍ରାରେ ମଙ୍ଗଳବାର ରାତିରେ ଆଗ୍ରାରେ ଏକ ହୋଟେଲ ସମ୍ମୁଖରେ ଯାତ୍ରୀବାହୀ ବସ ଅନ୍ୟ ଏକ ବରଯାତ୍ରୀ ଗାଡି ସହ ଧକ୍କା ହୋଇଛି। ଦୁର୍ଘଟଣାରେ ଅନ୍ୟ ଏକ ଗାଡିରେ ଥିବା ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ୭ ଜଣ ଆହତ ହୋଇଛନ୍ତି। ବସ ସହ ଧକ୍କା ହୋଇଥିବା ଅନ୍ୟ ଏକ ଗାଡି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଖୁବ ଜୋରରେ ଚିତ୍କାର ଶୁଣିବାକୁ ମିଳିଥିଲା। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିବା ସହ ପୂର୍ବରୁ ସ୍ଥାନୀୟ ଲୋକେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ବସଟି ଜୟପୁରରୁ ଦେବରିୟା ଯାଉଥିଲା। ଅନ୍ୟ ଏକ ଗାଡିରେ ଥିବା ଲୋକେ ଫତେବାଦରୁ ବିଜଲୀଘରରୁ ଆସିୁଥିବା ବରଯାତ୍ରୀରେ ସାମିଲ ହେବା ପାଇଁ ଯାଉଥିଲେ। ଦୁର୍ଘଟଣାରେ ବସରେ ଥିବା ଯାତ୍ରୀମାନେ ଆହତ ହୋଇ ନାହାଁନ୍ତି। ମାତ୍ର ଅନ୍ୟ ଗାଡିରେ ଥିବା ଯାତ୍ରୀ ଆହତ ହୋଇଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।
Popular Categories



