www.samajalive.in
Saturday, December 6, 2025
14.1 C
Bhubaneswar

ଗୋଟିଏ ଘରୁ ବାପା-ମାଆ, ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର

ଆଗ୍ରା : ଆଗ୍ରା ଥାନା ସିକନ୍ଦରା କ୍ଷେତ୍ର ଅନ୍ତର୍ଗତ ଏକ କଲୋନୀରେ ବୁଧବାର ସକାଳେ ଗୋଟିଏ ପରିବାରର ତିନି ସଦସ୍ୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ସାମୂହିକ ଆତ୍ମହତ୍ୟାର ଆଶଙ୍କା କରୁଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଯୋଗ୍ୟ, ସିକନ୍ଦରା କ୍ଷେତ୍ର ଅନ୍ତର୍ଗତ ଏକ କଲୋନୀରେ ଉକ୍ତ ବ୍ୟକ୍ତି ତାଙ୍କ ପତ୍ନୀ ଓ ଆଠ ବର୍ଷର ନାବାଳିକା ଓ ପୁଅ ସହ ଘରେ ରହୁଥିଲେ। କିଛିଦିନ ପୂର୍ବରୁ ବ୍ୟକ୍ତିଙ୍କର ଦୁର୍ଘଟଣା ଘଟିବାରୁ ତାଙ୍କ କାମଧନ୍ଦା ହରାଇଥିଲେ। ଉକ୍ତ ପରିବାର ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ମଙ୍ଗଳବାର ରାତିରେ ସମସ୍ତେ ଶୋଇଥିଲେ। ମାତ୍ର ପୁଅ ସକାଳେ ଉଠିବା ପରେ ନିଜ ବାପା,ମାଆ ଓ ଭଉଣୀର ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିଥିଲା। ମୃତଦେହ ଦେଖି ପୁଅ ଜୋରରେ ପାଟି କରିବାରୁ ଲୋକେ ଏକାଠି ହୋଇ ଯାଇଥିଲେ। ପୁଅ ଘଟଣା ବିଷୟରେ ନିଜ ମାମୁକୁ ଫୋନ ମାଧ୍ୟମରେ ପ୍ରଥମେ ଜଣାଇଥିଲେ। ସେ ପୁଲିସକୁ ଖବର ଦେବା ପରେ ପୁଲିସ ପହଞ୍ଚି ଥିଲେ। ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ସଭିଏଁ ସ୍ତବ୍ଧ ହୋଇ ଯାଇଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories