www.samajalive.in
Sunday, December 14, 2025
19.1 C
Bhubaneswar

ବିଶ୍ୱକପ କ୍ରିକେଟ – ଆଜି ଆଫଗାନିସ୍ତାନ-ଇଂଲଣ୍ଡ ଲଢେଇ

ନୂଆଦିଲ୍ଲୀ: ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ତ୍ରୟୋଦଶତମ ସଂସ୍କରଣର ରବିବାର ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡ଼ିୟମରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ। ଦୁଇ ଦଳ ତୃତୀୟ ମ୍ୟାଚ ଖେଳିବେ। ଜୋଶ ବଟ୍‌ଲରଙ୍କ ନେତୃତ୍ବାଧୀନ ଇଂଲଣ୍ଡ ଦୁଇଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ବରଣ କରିଛି। ଦଳ ନ୍ୟୁଜିଲାଣ୍ଡ ନିକଟରୁ ୯ ୱିକେଟରେ ପରାଜିତ ହୋଇଥିବାବେଳେ ବାଂଲାଦେଶକୁ ୧୩୭ରନରେ ପରାସ୍ତ କରିଥିଲା। ବ୍ୟାଟିଂ​ରେ ଦାୱଦ ମାଲାନ ଓ ଜୋ ରୁଟ୍‌ ଭଲ ଫର୍ମରେ ରହିଛନ୍ତି। ମାଲାନ ବାଂଲାଦେଶ ବିପକ୍ଷରେ ୧୪୦ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୪ରନ କରିଥି​। ରୁଟ୍‌ ଦୁଇଟି ଅର୍ଦ୍ଧଶତକ ସହ ୧୫୯ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜନି ବେୟାରଷ୍ଟୋ, ଜୋଶ ବଟ୍‌ଲର, ହ୍ୟାରୀ ବ୍ରୁକ୍‌, ଲିୟାମ ଲିଭିଙ୍ଗଷ୍ଟୋନ ମଧ୍ୟ ରନ କରୁଛନ୍ତି। ଦ୍ରୁତ ବୋଲିଂ ବିଭାଗରେ ରିସ ଟପ୍‌ଲେ , କ୍ରିସ୍‌ ୱକ୍‌ସ, ମାର୍କ ଉଡ୍‌ ଓ ସ୍ପିନର ଭାବେ ଆଦିଲ ରସିଦ୍‌ ପ୍ରମୁଖ ରହିଛନ୍ତି। ବର୍ତ୍ତମାନର ପ୍ରଦର୍ଶନକୁ ଦେଖିଲେ ଆଫଗାନିସ୍ତାନ ବିପକ୍ଷରେ ଦଳ ବେଶ ଆଗରେ ରହିଛି। ଦଳ ଉକ୍ତ ମ୍ୟାଚକୁ ଜିତି ଆଗକୁ ବଢିବା ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ହାସମତୁଲ୍ଲା ସାହିଦିଙ୍କ ନେତୃତ୍ବାଧିନ ଆଫଗାନିସ୍ତାନ ୮ ୱିକେଟରେ ଭାରତ ନିକଟରୁ ଓ ବାଂଲାଦେଶ ନିକଟରୁ ୬ ୱିକେଟରେ ପରାଜିତ ହୋଇଛି। ଭାରତ ବିପକ୍ଷରେ ଦଳ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଦୁର୍ବଳ ବୋଲିଂ ପ୍ରଦର୍ଶନ କରିଥିଲା। ରେହମାନଉଲ୍ଲା ଗୁର୍‌ବାଜ , ଇବ୍ରାହିମ ଜର୍ଡାନ, ରେହମତ ସାହ, ହାସମତୁଲ୍ଲା ସାହିଦି,ମହମ୍ମଦ ନବି ପ୍ରମୁଖଙ୍କ ଉପରେ ବ୍ୟାଟିଂ ଭାର ନିର୍ଭର କରୁଛି। ବୋଲିଂରେ ରସିଦ ଖାନ, ମୁଜିବ୍‌ ଉର୍‌ ରହେମାନ, ନବୀନ ଉଲ୍‌ ହକ୍‌, ଫାଜଲଉକ୍‌ ଫାରୁକି ରହିଛନ୍ତି। ଇଂଲଣ୍ଡକୁ ହରାଇବାକୁ ହେଲେ ଦଳକୁ ଚମତ୍କାରିତା କରିବାକୁ ପଡିବ। ଦଳ ୨ଟି ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟ ହାସଲ ନେଇ ନିଶ୍ଚିତ ଉଦ୍ୟମ କରିବ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ଦୁଇ ମ୍ୟାଚରେ ଇଂଲଣ୍ଡ ବିଜୟୀ ହୋଇଛି। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଆଫଗାନିସ୍ତାନ ବିପକ୍ଷରେ ଇଂଲଣ୍ଡ ବହୁ ଆଗରେ ରହିଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories