ଇମ୍ରାନଙ୍କ ଟିପ୍ପଣୀକୁ ବିରୋଧ; ପାକିସ୍ତାନରୁ ରାଷ୍ଟ୍ରଦୂତଙ୍କୁ ସ୍ବଦେଶ ଫେରାଇନେଲା ଆଫଗାନିସ୍ତାନ
ଇସଲାମାବାଦ: ଆଫଗାନିସ୍ତାନ ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଟିପ୍ପଣୀକୁ ବିରୋଧ କରିଛି ଆଫଗାନିସ୍ତାନ। ଏହା ପ୍ରତିବାଦରେ ଆଫଗାନିସ୍ତାନ ଇସଲାମାବାଦରେ ଅବସ୍ଥାପିତ ନିଜ ରାଷ୍ଟ୍ରଦୂତଙ୍କୁ ସ୍ବଦେଶ ଫେରାଇ ନେଇଛି।
ସୂଚନା ମୁତାବକ, ନିକଟରେ ଖୈବର ପଖତୁନଖ୍ବାରେ ଇମ୍ରାନ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଆଫଗାନିସ୍ତାନରେ ଖୁବଶୀଘ୍ର ଏକ ନୂଆ ସରକାର ଗଠନ ହେବ। ଇମ୍ରାନଙ୍କ ଏଭଳି ଦାୟିତ୍ବହୀନ ମନ୍ତବ୍ୟକୁ ନେଇ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କାବୁଲରେ ଅବସ୍ଥାପିକ ପାକ ଦୂତାବାସର ଉପରାଷ୍ଟ୍ରଦୂତଙ୍କୁ ରିପୋର୍ଟ ତଲବ କରାଯାଇଥିଲା। ଏହା ପରେ ଆଫଗାନିସ୍ତାନ ପକ୍ଷରୁ ଇସଲାମାବାଦରେ ଅବସ୍ଥାପିତ ନିଜ ରାଷ୍ଟ୍ରଦୂତଙ୍କୁ ସ୍ବଦେଶ ଫେରାଇ ନିଆଯାଇଛି।