www.samajalive.in
Tuesday, December 9, 2025
15.1 C
Bhubaneswar

ସାରା ଦିନ ସତେଜ ରହିବାକୁ ଚାହାନ୍ତି କି? ଗାଧୋଇବା ବେଳେ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ ପ୍ରାୟ ସମସ୍ତେ ଦିନ ସାରା ସତେଜ ରହିବାକୁ ଚାହାନ୍ତି। କାରଣ ସତେଜ ଅନୁଭୂତ ହେବା ଦ୍ବାରା ମାନସିକ ଶାନ୍ତି ମିଳିବା ସହ କାର୍ଯ୍ୟରେ ମନ ଲାଗିଥାଏ। ଲୋକେ ଭାବନ୍ତି ଗାଧୋଇ ପଡ଼ିଲେ ଦିନ ସାରା ସତେଜ ଅନୁଭୂତ ହେବ। ହେଲେ ଏପରି ଭାବିବା ଭୁଲ୍। କିଛି ଲୋକଙ୍କୁ ଗାଧୋଇବା ପରେ ମଧ୍ୟ ଫ୍ରେଶ୍ ବା ସତେଜ ଅନୁଭୂତ ହୋଇ ନଥାଏ। ତେବେ ଗାଧୋଇବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟାର ସମାଧାନ ହୋଇପାରିବ। ଗାଧୋଇବା ଅଭ୍ୟାସରେ କିଛି ପରିବର୍ତ୍ତନ ଆଣିଲେ ଦିନସାରା ଫ୍ରେଶ୍ ଲାଗିବ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଆସନ୍ତୁ ଜାଣିବା ସେ ବିଷୟରେ –

ଗାଧୋଇବା ସମୟରେ କମ୍ ସାବୁନ ବ୍ୟବହାର କଲେ ଦିନସାରା ସତେଜ ଲାଗିଥାଏ। କାରଣ ଅଧିକ ସାବୁନ ବ୍ୟବହାର କରିବା ଦ୍ୱାରା ଏଥିରେ ଥିବା କ୍ଲିନିଙ୍ଗ୍ ଏଜେଣ୍ଟ ଯୋଗୁଁ ଶରୀର ଅଧିକ ଶୁଷ୍କ ହୋଇଯାଏ। ଯଦ୍ୱାରା ମସ୍ତିଷ୍କରେ ନକରାତ୍ମକ ପ୍ରଭାବ ପଡ଼େ। ଏହାସହିତ ବିଭିନ୍ନ ହରମୋନ୍ କ୍ଷରଣରେ ଅସମାନତା ଯୋଗୁଁ ମନରେ ସତେଜ ଅନୁଭୂତି ଆସି ପାରେ ନାହିଁ।

- Advertisement -

ସେହିପରି ଗାଧୋଇବା ସମୟରେ ପୁରୁଣା ଟାୱେଲ ବ୍ୟବହାର କରନ୍ତୁ ନାହିଁ। କାରଣ ଏହାଦ୍ବାରା ଏଥିରେ ଥିବା ଜୀବାଣୁ ଶରୀରରେ ରହିଯାଏ। ଫଳରେ ଗାଧୋଇବା ପରେ ମଧ୍ୟ ଏକ ଅସହ୍ୟ ବୋଧ ଅନୁଭବ ହୁଏ।

ଥଣ୍ଡାଦିନରେ ଗରମ ପାଣିରେ ଗାଧୋଇଲେ ଆରାମ ଲାଗିଥାଏ। କିନ୍ତୁ ଏହା ଶରୀରର ଆର୍ଦ୍ରତାକୁ ନଷ୍ଟ କରି ତ୍ବଚାକୁ ଶୁଷ୍କ କରିଦିଏ। ଅଧିକ ଗରମ ପାଣିରେ ଗାଧୋଇବା ଦ୍ୱାରା ଶରୀରର ତାପମାତ୍ରା ବିଗିଡ଼ିଯାଏ ଏବଂ ଝାଳ ବାହାରିଥାଏ। ଝାଳ ଯୋଗୁଁ ଶରୀର ଦୁର୍ଗନ୍ଧ ହୋଇଥାଏ। ତେଣୁ ଗାଧୋଇବା ପରେ ମଧ୍ୟ ସତେଜ ଅନୁଭବ ହୁଏ ନାହିଁ।

ଗାଧୋଇବା ସମୟରେ କେଶରେ ବ୍ୟବହାର କରାଯାଉଥିବା ସାମଗ୍ରୀକୁ ଶରୀରରେ ଲଗାଇଲେ ଏଥିରେ ଥିବା ରାସାୟନିକ ପଦାର୍ଥ ଯୋଗୁଁ ତ୍ୱଚାରେ ଜ୍ୱଳନ ଏବଂ ସଂକ୍ରମଣ ହୁଏ। ତ୍ୱଚାକୁ କୋମଳ ରଖିବା ପାଇଁ ଗାଧୋଇବା ପରେ ମଶ୍ଚରାଇଜର ଲଗାଇଲେ ସୁଫଳ ମିଳିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories