ଆଦିତ୍ୟ ଏଲ-୧ର ସଫଳତା: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ସୌର ପର୍ଯ୍ୟବେକ୍ଷଣକାରୀ ଆଦିତ୍ୟ- ଏଲ ୧ର ଲାଗ୍ରେଞ୍ଜ ପଏଣ୍ଟ୧ରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ଅସାଧାରଣ ସଫଳତାକୁ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଏହି ଅଭୂତପୂର୍ବ ସଫଳତା ପାଇଁ ଭାରତୀୟ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ମିଶନ ସୌର ଏବଂ ପୃଥିବୀ ପ୍ରଣାଳୀ ବିଷୟରେ ଜ୍ଞାନ ବୃଦ୍ଧି କରିବ ଏବଂ ସମଗ୍ର ମାନବିକତା ପାଇଁ ଲାଭଦାୟକ ହେବ। ଇସ୍ରୋ ମିଶନରେ ମହିଳା ବୈଜ୍ଞାନିକମାନଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନକୁ ଶ୍ରୀମତୀ ମୁର୍ମୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହା ମଧ୍ୟ ମହିଳା ସଶକ୍ତିକରଣକୁ ନୂତନ ଶିଖରକୁ ନେଇଛି।
Another grand feat accomplished by ISRO! As part of India’s maiden solar mission, Aditya L1, the observatory has been placed in the final orbit and reached its destination at Lagrange Point 1. Congratulations to the entire Indian scientist community for the great achievement!…
— President of India (@rashtrapatibhvn) January 6, 2024
ସୋସିଆଲ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା ସବୁଠାରୁ ଜଟିଳ ମହାକାଶ ମିଶନକୁ ସଫଳ କରିବା ପାଇଁ ବୈଜ୍ଞାନିକମାନଙ୍କ ନିରନ୍ତର ଉତ୍ସର୍ଗର ପ୍ରତୀକ। ସେ କହିଛନ୍ତି ଯେ ମାନବିକତାର ଉନ୍ନତି ପାଇଁ ଦେଶ ବିଜ୍ଞାନର ନୂତନ ଲକ୍ଷ୍ୟରେ ପହଞ୍ଚିବ।
India creates yet another landmark. India’s first solar observatory Aditya-L1 reaches it’s destination. It is a testament to the relentless dedication of our scientists in realising among the most complex and intricate space missions. I join the nation in applauding this…
— Narendra Modi (@narendramodi) January 6, 2024
କେନ୍ଦ୍ର ବିଜ୍ଞାନ ଏବଂ ବୈଷୟିକ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଇସ୍ରୋ ବୈଜ୍ଞାନିକମାନଙ୍କୁ ଆଦିତ୍ୟ ଏଲ-୧କୁ କକ୍ଷପଥରେ ସ୍ଥାପନ କରିଥିବାରୁ ପ୍ରଶଂସା କରିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଇସ୍ରୋ ଆଉ ଏକ ସଫଳତାର କାହାଣୀ ଲେଖିଛି।
#AdityaL1 #ISRO https://t.co/6UfVFaGaB8
— Dr Jitendra Singh (@DrJitendraSingh) January 6, 2024
Comments are closed.