ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଳକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଠାରୁ ବନ୍ଧପାରିକୁ ସଂଯୋଗ କରୁଥିବା ବିଶ୍ୱନାଥପୁର ଶିବ ମନ୍ଦିର ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ବନ୍ଧପାରି ଗାଁର ନରତ୍ତମ ହରପାଲ(୩୫)ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ ନରତ୍ତମ ନିଜ ବାଇକ୍ ନେଇ ନିଜ ଗାଁ ବନ୍ଧପାରିକୁ ଯାଉଥିଲେ। ଠିକ ଏହି ସମୟରେ ବିଶ୍ୱନାଥପୁର ଶିବ ମନ୍ଦିର ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ନରତ୍ତମ ଗୁରୁତର ଅବସ୍ଥାରେ ରାସ୍ତା କଡରେ ପଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ନିକଟସ୍ଥ ବିଶ୍ୱନାଥପୁର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଧକ୍କା ଦେଇଥିବା ଗାଡି ସଂପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ । ବିଶ୍ୱନାଥପୁର ମେଡ଼ିକାଲରେ ନରତ୍ତମଙ୍କ ଚିକିତ୍ସା ଚାଲିଛି।
Popular Categories



