www.samajalive.in
Wednesday, December 10, 2025
23.1 C
Bhubaneswar

ଟାଟା ପାୱାରର ଗରୀବମାରଣ ନୀତି ବିରୋଧରେ ଦଳିତ ମହାସଂଘର ଧାରଣା

ପିପିଲି: ବିଦ୍ୟୁତ୍‍ ବିତରଣକାରୀ ସଂସ୍ଥା ଟାଟା ପାୱାର କଂପାନୀର ଗରୀବମାରଣ ନୀତିକୁ ବିରୋଧ କରି ବିଭିନ୍ନ ଦାବି ନେଇ ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ପକ୍ଷରୁ ଶୁକ୍ରବାର ପିପିଲି ସ୍ଥିତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ୨ଘଣ୍ଟା କାଳ ଧାରଣା ଦିଆଯାଇଥିଲା। ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀଙ୍କ ନେତୃତ୍ୱରେ ମହାସଂଘର ୫୦ରୁ ଊର୍ଦ୍ଧ୍ବ ମହିଳାନେତ୍ରୀ ମାନେ ବିଦ୍ୟୁତ୍‍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଉପରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାତ୍ରାଧିକ ତୃଟିପୂର୍ଣ୍ଣ ବିଦ୍ୟୁତ୍‍ ବିଲ୍‍ ଆଦାୟକୁ ବନ୍ଦ କରିବା, ବିଦ୍ୟୁତ୍‍ ବିଲ୍‍ ଆଦାୟରେ ନିୟୋଜିତ ହେବାକୁ ଥିବା ଏସ୍‍ଏଚ୍‍ଜି ମହିଳାମାନେ ଉଚ୍ଚଶିକ୍ଷିତା ହେବା ଆବଶ୍ୟକ, ବିଦ୍ୟୁତ୍‍ ବିଲ୍‍ ଆଦାୟ ନାମରେ ଗରୀବ ଲୋକଙ୍କୁ ଶୋଷଣ ବନ୍ଦ କରାଯିବା ଓ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ଜଗନ୍ନାଥପୁର ଗ୍ରାମର ସ୍ୱର୍ଗତ ଚକ୍ରଧର ସେଠୀଙ୍କ ଛାତ ଉପରେ ଯାଇଥିବା ୩୩କେଭି ଲାଇନକୁ ତୁରନ୍ତ ସ୍ଥାନାନ୍ତର କରିବା ଆଦି ଦାବିରେ ମହାସଂଘ ପକ୍ଷରୁ ପୂର୍ବାହ୍ନ ୧୧ଟାରେ ଧାରଣା ଦିଆଯାଇଥିଲା। ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ଶ୍ରୀ ସେଠୀ ଟାଟା ପାୱାର କଂପାନୀର ଗ୍ରାହକ ଶୋଷଣ ନୀତିକୁ କଡା ସମାଲୋଚନା କରିବା ସହ ବର୍ଦ୍ଧିତ ବିଦ୍ୟୁତ୍‍ଦରକୁ କଡା ବିରୋଧ କରିଥିଲେ। ପରେ ବିଦ୍ୟୁତ୍‍ ବିଭାଗର ସହକାରୀ ଯନ୍ତ୍ରୀ ବିପିନ କୁମାର ସାହୁ ଧାରଣାସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ମଧ୍ୟାହ୍ନ ଗୋଟାଏରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ମହାସଂଘ ପକ୍ଷରୁ ଉପରୋକ୍ତ ଦାବି ସଂପର୍କିତ ଏକ ସ୍ମାରକପତ୍ରକୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ସହକାରୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି ଧାରଣାରେ ମହାସଂଘର ମହିଳା ମୋର୍ଚ୍ଚାର ରାଜ୍ୟ ସଂପାଦିକା ସୋନିଲତା ସେଠୀ, ନାରୀନେତ୍ରୀ ପ୍ରଭାତୀ ମଲ୍ଲିକ, ମିନା ସେଠୀ, ଗୀତାରାଣୀ ମଲ୍ଲିକ, ବନିତା ମଲ୍ଲିକ, କବିତା ଭୋଇ, ମାନିନୀ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories