www.samajalive.in
Sunday, December 7, 2025
26.1 C
Bhubaneswar

ବାଇକ୍ ଦୁର୍ଘଟଣାରେ ବଡ ବାପା ମୃତ, ପୁତୁରା ଗୁରୁତର

ଲାଞ୍ଜିଗଡ: କଳାହାଣ୍ଡି ଜିଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ହାତୀଶାଳ ଘାଟି ନିକଟରେ ଦୁଇ ଗୋଟି ବାଇକ୍ ଧକ୍କା ହେବା ଫଳରେ ସହଦେବ କରୁଆଁ(୬୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ସଂକୀର୍ତନ କରୁଆଁ(୩୨) ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ବିଶ୍ୱନାଥପୁର ପୁଲିସ ପହଞ୍ଚି ସହଦେବଙ୍କ ଶବ ଜବତ କରିବା ସହ ସଂକୀର୍ତନଙ୍କୁ ବିଶ୍ୱନାଥପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଯୋଗୁଁ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

 

- Advertisement -

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସନ୍ଧ୍ୟା ୫ ଘଣ୍ଟା ସମୟରେ ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ କୁମଖାଲ ପଞ୍ଚାୟତର ଖଜୁରଗୁଡା ଗ୍ରାମର ସଂକୀର୍ତନ ଏକ ହିରୋ ଏକ୍ସଟ୍ରିମ ବାଇକ୍(ଓଡ଼ି୧୮-୨୧୨୩)ରେ ନିକଟସ୍ଥ ଗାଁ ପିଡେଲବାଜୁର ନିଜ ବଡ ବାପା ସହଦେବଙ୍କୁ ଧରି ବିଶ୍ୱନାଥପୁର ଯାଉଥିଲେ। ଠିକ୍ ଏହି ସମୟରେ ହାତୀଶାଳ ଘାଟି ନିକଟରେ ସାମ୍ନା ପଟୁ ବିଶ୍ୱନାଥପୁର ପଟୁ ଆସୁଥିବା ପଲସର ବାଇକ୍(ଓଡ଼ି୧୮ ସି-୮୪୯୦) ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସହଦେବଙ୍କ ମୃତ୍ୟୁ ଘଟିଥିବା ବେଳେ ସଂକୀର୍ତନ ଗୁରୁତର ଆହତ ହୋଇଛନ୍ତି। ପଲସର ବାଇକ୍ ଚାଳକ ନିଜ ବାଇକ୍ ଛାଡି ଫେରାର ଥିବା ବେଳେ ପୋଲିସ ଘଟଣା ସ୍ଥଳରୁ ଦୁଇ ଗୋଟି ବାଇକ୍ ଜବତ କରି ବିଶ୍ୱନାଥପୁର ଥାନାରେ ରଖାଯାଇଛି। ସହଦେବଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ କେସ ନଂ ୦୭/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ପଲସର ବାଇକ୍ ନଂ ଭୁଲ ଥିବା ଯୋଗୁଁ ତଦନ୍ତ ପାଇଁ କଳାହାଣ୍ଡି ଜିଲା ଆର୍ଟିଓଙ୍କୁ ଦିଆ ଯାଇଥିବା ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀ ପ୍ରକାଶ କରିଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories