କେନାଲକୁ ଟ୍ରାକ୍ଟର ଖସି ୯ ମୃତ

0

ହାଇଦରାବାଦ : ତେଲେଙ୍ଗାନାର ନାଲଗୋଣ୍ଡା ଜିଲାରେ ଶୁକ୍ରବାର ଗୋଟିଏ ଟ୍ରାକ୍ଟର କେନାଲ ମଧ୍ୟକୁ ଖସିପଡିବା ଫଳରେ ୯ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ୩୦ ଜଣ ଶ୍ରମିକଙ୍କୁ ନେଇ ଉକ୍ତ ଟ୍ରାକ୍ଟରଟି ପୁଲିଚେର୍ଲା ଗ୍ରାମକୁ ଯାଉଥିବାବେଳେ ଏକ ବୁଲାଣି ରାସ୍ତାରେ ଡ୍ରାଇଭର ନିୟଦନ୍ତ୍ରଣ ହରାଇବାରୁ ଏହା ନିକଟସ୍ଥ କେନାଲକୁ ଖସିପଡିଥିଲା। ଦୁର୍ଘଟଣା ସମୟରେ ଡ୍ରାଇଭର ମୋବାଇଲରେ କଥା ହେଉଥିଲେ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ୧୫ ଜଣଙ୍କୁ ଉଦ୍ଧାର କରିଥିଲେ। ନିଖୋଜ ଅନ୍ୟ ଶ୍ରମିକଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଛି।

Leave A Reply