www.samajalive.in
Tuesday, December 9, 2025
15.1 C
Bhubaneswar

କାର ଦୁର୍ଘଟଣାରେ ମହିଳା ଗୁରୁତର

ହରଭଙ୍ଗା: ହରଭଙ୍ଗା ବ୍ଲକ ଚାରିଛକ-ଫୁଲବାଣୀ ରାସ୍ତାର ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଗାଁ ନିକଟରେ ଗୁରୁବାର ସକାଳୁ ସକାଳୁ ଏକ କାର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଆଜି ସକାଳୁ ବୌଦ୍ଧ ବାପୁଜିନଗର ସ୍ଥିତ ନିଜ ସର୍ମ୍ପକୀୟ ଘରୁ ଏକ କାର ଯୋଗେ ରଣଜିତ ମୁଖୀ ଏବଂ ତାଙ୍କ ପତ୍ନୀ ଦିବ୍ୟାରାଣୀ ମୁଖୀ ନିଜ ଘର ଫୁଲବାଣୀକୁ ଫେରୁଥିଲେ। ଏହି ସମୟରେ କାରର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗାଡିଟି ରାଣିପଥର ଗାଁ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ରଣଜିତଙ୍କ ପନ୍ତ୍ରୀ ଦିବ୍ୟାରାଣୀଙ୍କ ମୁଣ୍ଡ, ମୁହଁ ଏବଂ ହାତରେ ଆଘାତ ଲାଗିଥିଲା। ଖବରପାଇ ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସେଠାରୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେମାନଙ୍କ ଘର ଫୁଲବାଣି କେନ୍ଦୁପଦର ବୋଲି ଜଣାପଡିଛି। ରଣଜିତ ଭଞ୍ଜନଗର ଆଈ.ଆର.ବି ପୁଲିସରେ କାର୍ଯ୍ୟକରୁଥିବା ବେଳେ ତାଙ୍କ ପନ୍ତ୍ରୀ ଶିକ୍ଷୟତ୍ରୀ ଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories