ପୋଖରୀକୁ ଓଲଟିଲା ତୀର୍ଥ ଯାତ୍ରୀ ବସ୍, ୬ ଯାତ୍ରୀ ଗୁରୁତର

0

ପିପିଲି/କଣାସ: ପୁରୀ ଜିଲା କଣାସ ଥାନା ଅନ୍ତର୍ଗତ ନୂଆ ଜଗନ୍ନାଥ ସଡକ ଚୂପୁରୀଙ୍ଗି ଛକ ନିକଟରେ ଥିବା ଏକ ଦଳ ଭର୍ତ୍ତି ଗାଡ଼ିଆ ମଧ୍ୟକୁ ଭୋର ୫ଟା ବେଳେ ଏକ ବସ ଓଲଟି ପଡିଛି । ଫଳରେ ୬ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବସଟି ୩୦ ଜଣ ଯାତ୍ରୀଙ୍କୁ ନେଇ ଭଞ୍ଜ ନଗରରୁ ପୁରୀ ଜଗନ୍ନାଥ ମନ୍ଦିର ଓ ଲୋକନାଥ ମନ୍ଦିର ଦର୍ଶନ ପାଇଁ ଆସୁଥିଲା । ଅଙ୍କାବଙ୍କା ରାସ୍ତା ହୋଇଥିବାରୁ ବସଟି ଭାରସାମ୍ୟ ହରାଇ ଗାଡ଼ିଆକୁ ଓଲଟି ପଡିଥିବା ଜଣାପଡିଛି।

Leave A Reply