www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରାଣୀବିଜ୍ଞାନ ବିଭାଗରେ ଆଲୋଚନା ଚକ୍ର

ବୁର୍ଲା: ବରଗଡ ପଞ୍ଚାୟତ ମହାବିଦ୍ୟାଳୟ, ବରଗଡର ପ୍ରାଣୀବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଆନୁଷଙ୍ଗିକ ଅତିରିକ୍ତ ବକ୍ତବ୍ୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବାହ୍ନ ଅଧିବେଶନରେ ବିଶେଷଜ୍ଞ ବକ୍ତାରୁପେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ସମ୍ବଲପୁର ଶିକ୍ଷା ବିଭାଗ ଡ ପାର୍ଥସାରଥୀ ମଲ୍ଲିକ ଯୋଗଦେଇ ଜାତୀୟ ଶିକ୍ଷା ନୀତି ୨୦୨୦ ଉପରେ ଆଲୋକପାତ କରିଥିଲେ। ଗବେଷଣା ଅଧିକାରୀ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଡ ଚନ୍ଦନ ସାହୁ ଯୋଗ ଦେଇ ଅନୁସନ୍ଧାନ ପଦ୍ଧତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧିବେଶନ ପ୍ରାରମ୍ଭରେ ବିଭାଗୀୟ ମୁଖ୍ୟ ଡ ବିଦ୍ୟୁତପ୍ରଭା ମହାନ୍ତି ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀକାନ୍ତ ପ୍ରସାଦ ଖମାରୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଏହି ଅଧିବେଶନରେ ଧନ୍ୟବାଦ୍ ଅର୍ପଣ କରିଥିଲେ ପୂର୍ଣ୍ଣିମା ଦାଶ। ଏହାପରେ ଅପରାହ୍ନ ଅଧିବେଶନରେ ବିଶେଷଜ୍ଞ ବକ୍ତା ରୂପେ ଯୋଗାଯୋଗ ଯନ୍ତ୍ର ତଥା ଆଭାସି ମାଧ୍ୟମରେ ଇଂରାଜୀ ବିଭାଗ ମଡେଲ ଡିଗ୍ରୀ କଲେଜ ଦେବଗଡରୁ ସୁଶ୍ରୀ ସତରୂପା ମିଶ୍ର ଯୋଗ ଦେଇଥିଲେ। ଏଥିରେ ବିଭାଗୀୟ ମୁଖ୍ୟ ଡ ଵିଦ୍ୟୁତ୍ପ୍ରଭା ମହାନ୍ତି ସ୍ବାଗତ କରିଥିବା ବେଳେ ଡ ପ୍ରଜ୍ଞାରମିତା ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ରାମ ଚନ୍ଦ୍ର ସୋରେନ। କାର୍ଯ୍ୟକ୍ରମକୁ ଯୋଗାଯୋଗ ସହ ପରିଚାଳନା କରିଥିଲେ ସୁରଜ୍ ପ୍ରସାଦ କର ଏବଂ ପିଙ୍କି ପାଣିଗ୍ରାହୀ। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଏବଂ ବହୁସଂଖ୍ୟାରେ ଯୋଗଦାନ କରିଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories