www.samajalive.in
Saturday, December 6, 2025
26.1 C
Bhubaneswar

ବିଦ୍ୟୁତ ପରିଷଦର ଆଲୋଚନା ଚକ୍ର

ବୁର୍ଲା: ସ୍ଥାନୀୟ ବୁର୍ଲା ଶିଶୁ ବିଦ୍ୟା ମନ୍ଦିରରେ ସମ୍ବଲପୁର ଜିଲ୍ଲା ବିଦ୍ୟୁତ ପରିଷଦର ସଭାପତି ତଥା ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ଅବସର ପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ତଥା ଅଖିଳ ଭାରତୀୟ ବିଦ୍ୟୁତ ପରିଷଦ ସଦସ୍ୟ ଇଂ କୃଷ୍ଣ କୁମାର ଗୁପ୍ତାଙ୍କ ସଭାପତିତ୍ବରେ “ରାଷ୍ଟ୍ର ଜାଗରଣରେ ନାଗରିକର କର୍ତବ୍ୟ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ଡ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ବ୍ୟକ୍ତି ରାଷ୍ଟ୍ର ଜାଗରଣରେ ନିଜର ଦାୟିତ୍ଵ ସମ୍ପାଦନ କଲେ ରାଷ୍ଟ୍ର ଜାଗ୍ରତ ହେବା ଉପରେ ଆଲୋକପାତ କରିଥିଲେ। ଶିକ୍ଷା ବିକାଶ ସମିତି ଓଡିଶା ପ୍ରାନ୍ତ ବିଦ୍ୟୁତ ପରିଷଦର ସଂଯୋଜକ ଅଶ୍ବିନୀ କୁମାର ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ରାଷ୍ଟ୍ର ବିକାଶରେ ସହଭାଗୀ ହେବା ଉପରେ ମାର୍ଗଦର୍ଶନ କରିଥିଲେ।

ଶିକ୍ଷା ବିକାଶ ସମିତ ଓଡିଶା ବିଭାଗ ନିରୀକ୍ଷକ ଜୟ କିଶୋର ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅତିଥି ଦେବରାଜ ତ୍ରିପାଠୀ ପରିଚୟ ପ୍ରଦାନ କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ଉପସଭାପତି ଡ ସୁଦର୍ଶନ ଜେନା ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଡ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ। ଡ ମୀନକେତନ ପାଠୀ, ଡ ସେନ୍ତୋଷିନୀ ବାବୁ, ସୁନୀଲ ଆଚାର୍ଯ୍ୟ, ବିରେନ୍ଦ୍ର କୁମାର ଜେନା, ଶେଷଦେବ ପ୍ରଧାନ, କୃଷ୍ଣଚନ୍ଦ୍ର କର୍ଣ୍ଣ, ବୀଣାପାଣି ବେହେରା, ରବିନ୍ଦ୍ର ମେହେର, ଶ୍ରୀନିବାସ ପଣ୍ଡା ପ୍ରମୁଖ ଶୀର୍ଷକ ଉପରେ ଆଲୋଚନା କରିଥିଲେ। ରଶ୍ମୀରେଖା ଦାଶ, ଅନୀତା ଦାସ, ଲୋପାମୁଦ୍ରା ତ୍ରିପାଠୀ, ସଂଘମିତ୍ରା ସ୍ୱାଇଁ, ସୁମତି ନାୟକ, ପ୍ରଦୀପ ବେହେରା, ରମେଶ ସୁନା, ସଞ୍ଜୟ କୁମାର ମିଶ୍ର, ହରିଓମ ସାଲିମା, ଜିତେନ୍ଦ୍ର ଅଦାବର, ଶିବଶଙ୍କର ଦାଶ, ସନ୍ତୋଷ ଖଣ୍ଡୁଆଳ, ଲକ୍ଷ୍ମୀ ନାରାୟଣ ଧଳ ପ୍ରମୁଖ ପରିଚାଳନା କରିଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories