www.samajalive.in
Saturday, December 6, 2025
26.1 C
Bhubaneswar

ସମ୍ବଲପୁର ବିଶ୍ଵବିଦ୍ୟାଳୟ ଜାତୀୟ ସେମିନାର ଆୟୋଜିତ

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୃତତ୍ତ୍ଵ ବିଭାଗ ଏବଂ ଗୃହ ବିଜ୍ଞାନ ବିଭାଗର ମିଳିତ ପ୍ରୟାସରେ ଆଜି ପୁଷ୍ଟିକର ମାସ ପାଳନ ଉପଲକ୍ଷେ ଏକ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତୀ ଡ ବିଧୁଭୂଷଣ ମିଶ୍ର, ପିଜି କାଉନ୍‌ସିଲ୍ ଅଧ୍ୟକ୍ଷ ଡ ତୁଷାରକାନ୍ତୀ ଦାସ ଏବଂ କୁଳସଚିବ ଡ ନୃପରାଜ ସାହୁ ଉପସ୍ଥିତ ଥିଲେ। ମୁଖ୍ୟବକ୍ତା ଭାବେ ଡ ପୁଷ୍ପାଶ୍ରୀ ମିଶ୍ର ଏବଂ ବିଦ୍ୟା ସାଗର ବିଶ୍ଵବିଦ୍ୟାଳୟର ପ୍ରଫେସର କୌଶିକ ବୋଷ୍ ପୁଷ୍ଟିକର ଖାଦ୍ୟ ର ଉପ‌ଯୋଗିତା ସମ୍ବନ୍ଧରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ଆଇସିଏସ୍ଏସ୍କାରର ପ୍ରକଳ୍ପ ମାତୃ ଏବଂ ଶିଶୁ ସ୍ବାସ୍ଥ୍ୟ ଦ୍ଵାରା ପ୍ରୟୋଜିତ ହୋଇଥିଲା। ନୃତ୍ତତ୍ଵ ଏବଂ ଗୃହବିଜ୍ଞାନ ବିଭାଗର ପ୍ରଫେସର ଡ ଭାରତୀ କରୀ ଏବଂ ଡ ସଂଗୀତା ସିଂହଙ୍କର ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଛି। ବିଭାଗର ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ଛାତ୍ରଛାତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories