www.samajalive.in
Monday, December 8, 2025
16.1 C
Bhubaneswar

ଟଙ୍କା ନ ଦେଲେ ହେଉନି ‘ସୁଭଦ୍ରା’ ପଞ୍ଜିକରଣ 

ଲଡୁଗାଁ: ‘ସୁଭଦ୍ରା’ ଆବେଦନ ସମ୍ପୂର୍ଣ୍ଣ ମାଗଣା। ଏପରିକି ଫର୍ମ ଅପ୍‌ଲୋଡିଂ ଖର୍ଚ୍ଚ ପାଇଁ ସରକାର ଗ୍ରାହକ ସେବା କେନ୍ଦ୍ରମାନଙ୍କୁ ୧୫  ଟଙ୍କା ଦେଉଛନ୍ତି। ତେଣୁ  ‘ସୁଭଦ୍ରା’ ପଞ୍ଜିକରଣ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ସରକାର ବିଭିନ୍ନ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସଚେତନ କରିଛନ୍ତି। କିନ୍ତୁ ସୁଭଦ୍ରାକୁ ନେଇ ବିଭିନ୍ନ ସ୍ଥାନରୁ ଆସୁଛି ଅନେକ ଅଭିଯୋଗ । କେଉଁଠି ଇ-କେଓ୍ୱାଇସି ପାଇଁ ୫୦୦ ଟଙ୍କା ନିଆଯାଉଛି ତ ଆଉ କେଉଁଠି ଅନଲାଇନ୍‌ ଆବେଦନ ବାବଦକୁ ୧୦୦ ଟଙ୍କା ନିଆଯାଉଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳରେ କେତେକ ଜନସେବା କେନ୍ଦ୍ର ମାଲିକ ମନଇଚ୍ଛା ମହିଳାଙ୍କଠାରୁ ସୁଭଦ୍ରା ଫର୍ମ ପୂରଣ ବାବଦକୁ ୧ଶହ ରୁ ୩ ଶହ ଟଙ୍କା ଅର୍ଥ ଦାବି  କରୁଥିବା ଦେଖିବାକୁ ମିଳିଛି । ଆମପାଣି, ବଡ଼ କେନ୍ଦୁଗୁଡ଼ା, ଭୂର୍ଷାଗୁଡା ଓ ତୁନଗାଁର କିଛି ଜନସେବା କେନ୍ଦ୍ରରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କଠାରୁ ଟଙ୍କା ମଗାଯାଉଥିବା ଏବେ ଚର୍ଚ୍ଚା ହେଉଛି । ମହିଳାମାନେ ଏହାର ପ୍ରତିବାଦ କରିବାରୁ ସେମାନଙ୍କ ସୁଭଦ୍ରା ର୍ଫମ ଫେରାଇ ଦିଆଯାଉଛି। ସେହିଭଳି ବ୍ଲକର ବଡକେନ୍ଦୁଗୁଡା ଓ ଭୁର୍ଷାଗୁଡା ଅଞ୍ଚଳରେ ଥିବା କିଛି ଜନସେବା କେନ୍ଦ୍ରରେ ମଧ୍ୟ ପଞ୍ଜିକରଣ ପାଇଁ ୧ଶହ ଟଙ୍କା ନିଆଯାଉଥିବା ଅଭିଯୋଗ ହେଉଛି । ହେଲେ ଏହାର ତଦାରଖ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଜନ ସେବା କେନ୍ଦ୍ର ପରିଚାଳକ ମାନେ ନିଜ ଇଚ୍ଛାରେ ଆବେଦନକାରୀମାନଙ୍କୁ ଶୋଷଣ କରୁଛନ୍ତି। ଏହାର ଉପଯୁକ୍ତ ତଦନ୍ତ କରିବା ସହ ଗ୍ରାହକ ସେବାକେନ୍ଦ୍ର ମାଲିକମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ମହଲରେ ଦାବି ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories