www.samajalive.in
Sunday, December 7, 2025
26.1 C
Bhubaneswar

୯ମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ଟେଷ୍ଟପେପର ବଣ୍ଟନ

ଗୁରୁଡ଼ିଝାଟିଆ: ଘଣ୍ଟିଖାଲ ପଞ୍ଚାୟତ ଚଦ୍ଦ୍ରାବଳୀଶ୍ୟାମପୁର ଠାରେ ଥିବା ଶ୍ରୀ ସିମେଣ୍ଟ କାରଖାନା ପକ୍ଷରୁ ଘଣ୍ଟିଖାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ଟେଷ୍ଟପେପର୍ସ ବଣ୍ଟନ କରାଯାଇଛି। ବିଦ୍ୟାର୍ଥୀମାନଙ୍କୁ ଉତ୍ତମରୁପେ ଶିକ୍ଷା କ୍ଷେତ୍ରରେ ବଢ଼ିବା ଓ ସେମାନଙ୍କ ଲୁକାୟିତ ପ୍ରତିଭାକୁ ଉନ୍ମୋଚନ କରିବା ନିମନ୍ତେ କାରଖାନା ପକ୍ଷରୁ ୬୩ଜଣ ବିଦ୍ୟାର୍ଥୀଙ୍କୁ କାରଖାନାର ବୈଷୟିକ ମୁଖ୍ୟ ପ୍ରବନ୍ଧକ ଦୀପେନ୍ଦ୍ର ଭରଦ୍ୱାଜ ପ୍ରଦାନ କରିବା ସହ ଉପରୋକ୍ତ ମତପ୍ରକାଶ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ହରେକୃଷ୍ଣ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସରପଞ୍ଚଙ୍କ ପ୍ରତିନିଧି ସୁବାସ ବିଶ୍ୱାଳ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ମହାନ୍ତି, ସମିତିସଭ୍ୟଙ୍କ ପ୍ରତିନିଧି ସରୋଜ ପ୍ରଧାନ, ରବୀନ୍ଦ୍ର ବରାଳ ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସିମେଣ୍ଟ କାରଖାନା କର୍ତ୍ତୃପକ୍ଷଙ୍କ ସହଯୋଗକୁ ସାଧୁବାଦ ଜଣାଇଥିଲେ। କାରଖାନାର ମାନବ ସମ୍ବଳ ବିଭାଗ ମୁଖ୍ୟ ପ୍ରବନ୍ଧକ ପ୍ରଦୀପ କୁମାର ଭୋଇଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅୁନଷ୍ଠିତ କାର୍ଯ୍ୟକ୍ରମରେ ୯ମ ଶ୍ରେଣୀର ସମସ୍ତ ବିଦ୍ୟାର୍ଥୀ ଉପସ୍ଥିତ ରହି ଟେଷ୍ଟପେପର୍ସ ଗ୍ରହଣ କରିବା ସହ ବିଦ୍ୟାଳୟର ନାମକୁ ପ୍ରଜ୍ୱଳିତ କରିବା ପାଇଁ ଶପଥ ନେଇଥିଲେ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories