www.samajalive.in
Saturday, December 6, 2025
23.1 C
Bhubaneswar

ଯୌତୁକ ନିର୍ଯାତନା, ବୁର୍ଲା ଥାନାର ଦ୍ଵାରସ୍ତ ହେଲେ ପୀଡ଼ିତା

ବୁର୍ଲା: ଯୌତୁକ ପାଇଁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିବା ବୁର୍ଲା ଥାନାରେ ଅଭିଯୋଗ ହୋଇଛି। ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ ବୁର୍ଲା ସହର ଗୌଡ଼ପାଲିର ସ୍ବର୍ଗତ ଦିଲିପ ମିଶ୍ରଙ୍କ ଏକମାତ୍ର କନ୍ୟା ଜ୍ୟୋତିର୍ମୟୀଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗ୍ରାମର ବାମନ ଚରଣ ନନ୍ଦଙ୍କ ପୁତ୍ର ନୀଳମାଧବଙ୍କ ସହ ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ୩ ମେ’ ୨୦୨୩ରେ ବିବାହ ହୋଇଥିବା ବେଳେ ଠିକ ଦୁଇ ଦିନ ପୂର୍ବରୁ ବରପକ୍ଷ ମଧ୍ୟସ୍ଥି ମାଧ୍ୟମରେ ଏକ ଦୁଇ ଚକିଆ ଗାଡ଼ି ଦାବି କରିଥିଲେ। ସେହି ସମୟରେ ଜୀବିତ ଥିବା କନ୍ୟାପିତା ଦାବି ଶୁଣି ବାହାଘର ବନ୍ଦ କରିବାକୁ କହିଥିଲେ। ଏହା ଶୁଣି ବରପକ୍ଷ ଗାଡ଼ି ଦାବିରୁ ଓହରି ଯାଇଥିଲେ। କନ୍ୟା ପିତା ସାଧ୍ୟମତେ ଅଳଙ୍କାର ଓ ଆସବାବପତ୍ର ଦେଇ ଝିଅକୁ ବିଦା କରିଥିଲେ। ହେଲେ ହାତରୁ ମେହେନ୍ଦି ନଲିଭୁଣୁ ଶ୍ବଶୁର, ଶାଶୁ ଶାନ୍ତିଲତା, ଦେଢ଼ଶୁର ଭାଗବତ ଓ ତାଙ୍କ ପତ୍ନୀ ସରିତା ଗାଳିଗୁଲଜ କରିବା ଆରମ୍ଭ କରିଦେଲେ। ଏପରିକି ବିଭିନ୍ନ ସମୟରେ କନ୍ୟା ପିତାମାତାଙ୍କୁ ମଧ୍ୟ ଖରାପ ବ୍ୟବହାର ଦେବାକୁ ପଛାଇନଥିଲେ।

ଜ୍ୟୋତିର୍ମୟୀ ଅନ୍ତସତ୍ତ୍ବା ହେବା ପରେ ମଧ୍ୟ ସେମାନଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ହେଲା ନାହିଁ। ପରବର୍ତ୍ତୀ ସମୟରେ ଝିଅ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପହ କୌଣସି ଖୋଜଖବର ନ ପାଇବାରୁ ବାଧ୍ୟହୋଇ ସୁବର୍ଣ୍ଣପୁର ଜିଲ୍ଲାର ସଖି କେନ୍ଦ୍ରର ଦ୍ବାରସ୍ଥ ହୋଇଥିଲେ। ଶ୍ବଶୁର ଘର ପକ୍ଷରୁ ନଣନ୍ଦେଇ ସଖି କେନ୍ଦ୍ରକୁ ଯାଇ ବାପଘର ସହ ସମ୍ପର୍କ ରଖିବା ନେଇ ଏକ ଚୁକ୍ତିନାମା ଦାଖଲ କରି ଫେରିଥିଲେ। ହେଲେ ଏହାପରେ ନିର୍ଯାତନା ବଢ଼ିବା ସହ ତାଙ୍କୁ ମାରପିଟ କରିବା ଆରମ୍ଭ ହୋଇଥିଲା। ଏସବୁକୁ ତାଙ୍କ ସ୍ବାମୀ ନିରବରେ ସମର୍ଥନ କରୁଥିଲେ। ଏପରିକି ଜ୍ୟୋତିର୍ମୟୀଙ୍କ ବାପା, ମା, ମାମୁ, ମାଇଁ ୨୨ ସେପ୍ଟେମ୍ବର ୨୦୨୩ରେ ତାଙ୍କୁ ଏକ ବନ୍ଦ କୋଠରୀରୁ ଉଦ୍ଧାର କରିଥିଲେ। ଏଭଳି ପରିସ୍ଥିତିରେ ୧୩ ଫେବ୍ରୁଆରିରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପିଲା ଜନ୍ମ ପରେ ମଧ୍ୟ ନିର୍ଯାତନାରୁ ନିସ୍ତାର ମିଳିନଥିଲା। ଶେଷରେ ସ୍ବାମୀ ତାଙ୍କୁ ବାପଘରେ ଛାଡ଼ି ଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ପୁଅକୁ ନେଇ ସ୍ବାମୀଙ୍କ ଘରକୁ ଫେରିବାକୁ ଚାହିଁବାରୁ ଘରକୁ ଆସିବାକୁ ଦେବେ ନାହିଁ ବୋଲି ସ୍ବାମୀ ଫୋନରେ କହିଥିଲେ। ଇତି ମଧ୍ୟରେ ସ୍ବାମୀଙ୍କ ଦ୍ବିତୀୟ ବିବାହ ପାଇଁ ଝିଅ ଦେଖା ଚାଲିଥିବା ସୂଚନା ପାଇଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବୁର୍ଲା ପୁଲିସ କେସ ନଂ ୪୬୧/୨୭.୯.୨୪ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories