www.samajalive.in
Sunday, December 7, 2025
13.1 C
Bhubaneswar

୧୦୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସମାଜ ଗଣମାଧ୍ୟମ ପୁରସ୍କାର

କଟକ: ଦୈନିକ ଲୋକପ୍ରିୟ ଖବର କାଗଜ ‘ସମାଜ’ର  ୧୦୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଥମ କରି ସମାଜ ଗଣମାଧ୍ୟମ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରତିଯୋଗୀତାର ଆୟୋଜନ କରାଯାଇଛି। ଭୁବନେଶ୍ଵର ୟୁନିଟ୍-୮ ଡିଏଭି ସ୍କୁଲ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ ପରିସରରେ ଆଜି ପୂର୍ବାହ୍ନ ୧୦ଟାରୁ ଏହି ପ୍ରତିଯୋଗୀତା ଆରମ୍ଭ ହୋଇଛି। ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖବର ଲିଖନ, ଖବର ସମ୍ପାଦନା, ଅନୁବାଦ, ଶିରୋନାମା ଲିଖନ, ଫଟୋ ସମ୍ପାଦନା, ଭିଡିଓ ସମ୍ପାଦନା ଓ ପିଟୁସି ପ୍ରଭୃତି ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି। ଗଣମାଧ୍ୟମ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷ ଏଥିରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିବେ। ଏଥିରେ କୃତିତ୍ଵ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ଅକ୍ଟୋବର ୪ ତାରିଖରେ କଟକ ସାରଳା ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାଜର ୧୦୫ତମ ପ୍ରତିଷ୍ଠା ଦିବସରେ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି।

ଆଜିର କାର୍ଯ୍ୟକ୍ରମରେ ପିଆବି ଓ ଡିଏଭିପିର ପୂର୍ବତନ ପ୍ରମୁଖ ମହାନିର୍ଦେଶକ ତଥା ଦୈନିକ ଖବରକାଗଜ ସକାଳର ପୂର୍ବତନ ସମ୍ପାଦକ ଡକ୍ଟର ଉମାକାନ୍ତ ମିଶ୍ର ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ଓଡିଶା ଲାଇଭର ସମ୍ପାଦକ ଓ ମୁଖ୍ୟ ପରିଚାଳନା ଅଧିକାରୀ ଡକ୍ଟର ନୀଳାମ୍ବର ରଥ, ଡିଏଭି ସ୍କୁଲ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ଡକ୍ଟର ଦ୍ଵାରିକାନାଥ ମିଶ୍ର, ସମାଜର ମୁଦ୍ରାକାର ଓ ପ୍ରକାଶକ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ସମାଜର ସମ୍ପାଦକ ତପନ ମିଶ୍ର, ସମାଜ ଲାଇଭ୍ ଡିଜିଟାଲର ସମ୍ପାଦକ ଗୋପାଳ କୃଷ୍ଣ ମହାପାତ୍ର ଏବଂ ଉପସ୍ଥାପିକା ତଥା ସାମ୍ବାଦିକା ଆନନ୍ଦିତା ଶତପଥି ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଡିଏଭି ସ୍କୁଲ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟର ଅଧ୍ୟାପକ ଦେବବ୍ରତ ସାହୁ ଓ ଅଂଶୁମାନ ମହାନ୍ତିଙ୍କ ସମେତ ସମାଜର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।

- Advertisement -

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories