www.samajalive.in
Saturday, December 6, 2025
16.1 C
Bhubaneswar

ଡ଼ଙ୍ଗନାମୁ ନିକଟ ଘାଟି ରାସ୍ତାରୁ ମୃତଦେହ ଉଦ୍ଧାର, ହତ୍ୟା ଅଭଯୋଗ ଆଣିଲେ ପରିବାର ଲୋକେ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଡାଙ୍ଗାଣାମୁ ଗାଁ ନିକଟରେ ଥିବା ଘାଟି ରାସ୍ତା ପାର୍ଶ୍ୱରେ ଥିବା ଜଙ୍ଗଲରୁ ଜଣେ ଯୁବକଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବେହେରାପଡ଼ା ଗାଁର ବାଲ୍ମୀକି ବଣ୍ଡକିଙ୍କ ପୁଅ ଜ୍ୟୋଷ୍ଠ ବଣ୍ଡକି (୩୪) ବୋଲି ଜଣାପଡ଼ିଛି। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ମୃତ ଯୁବକ ଏବଂ କଣ୍ଟାମାଳ ଥାନା ମାରଡୁଲ ଗ୍ରାମର ଦାସିରି ଦିଗାଲ ନାମକ ଅନ୍ୟଜଣେ ଯୁବକଙ୍କ ସହ ମିସି ଗୋଛାପଡା ଅଧୀନରେ ଥିବା ତେତିଲିପଡ଼ା ଗାଁକୁ କୌଣସି କାମରେ ଆସି ଅପରାହ୍ନ ବାରଟା ସମୟରେ ନିଜ ଗାଁକୁ ଫେରୁଥିବା ବେଳେ ଡାଙ୍ଗାଣାମୁ ଘାଟି ନିକଟରେ ଏକ ଧଳାରଙ୍ଗର ବୋଲେରୋରେ ଚାରି ଜଣ ବ୍ୟକ୍ତି ସେମାନଙ୍କୁ ଅଟକାଇ ଆକ୍ରମଣ କରିଥିଲେ ଓ ଆକ୍ରମଣକାରୀଙ୍କ କବଳରୁ ଦାସିରି ଡିଗାଲ କୌଶଳ କ୍ରମେ ଖସିଯାଇଥିବା ବେଳେ ମୃତ ବ୍ୟକ୍ତିଙ୍କୁ ଆକ୍ରମଣ କାରିମାନେ ସାଙ୍ଗରେ ନେଇଯାଇଥିବା ପରିବାର ଲୋକେ ସନ୍ଦେହ କରୁଥିଲେ। ମୃତ ଯୁବକଙ୍କୁ ପରିବାର ଲୋକେ ବହୁତ ଖୋଜାଖୋଜି କରୁଥିବା ସମୟରେ ଡ଼ଙ୍ଗାଣାମୁ ନିକଟରେ ଯୁବକଙ୍କ ମୃତ ଦେହ ପଡ଼ିଥିବା ଖବର ପାଇଥିଲେ। ସେପଟେ ମୃତକ ଜଣକ ଧରିଥିବା ବାଇକ ଗୋଛାପଡା ଥାନାରେ ଥିବା ଜଣାପଡ଼ିଛି। ଅନ୍ୟପଟେ ଯୁବକଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନଥିବବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭଯୋଗ ଆଣିଛନ୍ତି। ମୃତକଙ୍କ ବାଇକ ଥାନାରେ ଥିବାରୁ ଘଟଣାକୁ ନେଇ ଗୋଛାପଡା ପୋଲିସର କାର୍ଯ୍ୟକଳାପ ସନ୍ଦେହ ଘେରରେ ଥିବା ବେଳେ ଯୁବକଙ୍କ ମୃତ ଦେହ କିଭଳି ଭାବରେ ରାସ୍ତା କଡରେ ପଡ଼ିଲା ଓ ଯୁବକଙ୍କ ବାଇକ କିଏ ଓ କିଭଳି ଅବସ୍ଥାରେ ଥାନାକୁ ଆଣିଲା ତାକୁ ନେଇ ଏବେ ଗୋଛାପଡା ଅଞ୍ଚଳରେ ଆଲୋଚନା ଲାଗିରହିଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories