ଟ୍ରକ୍-ବସ୍- ଟ୍ରଲର ଧକ୍କା, ଜଣେ ମୃତ, ୧୦ ଆହତ

0

ବ୍ରହ୍ମପୁର: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଛକ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଟ୍ରଲର ଡ୍ରାଇଭର୍ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ବସ୍ ଯାତ୍ରୀ ଆହତ ହୋଇଛନ୍ତି l ଆହତଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରଯାଇଛି ।

ସୂଚନା ଯୋଗ୍ୟ, ଗତକାଲି ରାତି ପ୍ରାୟ ୨ଟା ବେଳେ ଭେଜିପୁଟ ଛକ ନିକଟରେ ଆଗରେ ଯାଉଥିବା  ଏକ ଟ୍ରକ୍ ବ୍ରେକ୍ ମାରିବାରୁ ପଛରେ ଆସୁଥିବା ବସ୍ ଧକ୍କା ଖାଇଥିଲା ।  କିନ୍ତୁ ବସ ପଛରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରଲର ବସ୍ କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଟ୍ରଲର ଡ୍ରାଇଭର୍ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ । ଖବର ପାଇ ଭେଜିପୁଟ ଫାଣ୍ଡି ପୁଲିସ୍ ଘଟଣା ସ୍ଥଳରେ ପହଁଚି ତୁରନ୍ତ ଆହତଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଠାଇଥିଲେ । ସେଠାରେ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରଯାଇଛି । ସେମାନେ ହେଲେ ପୁରୋହିତ କୃଷ୍ଣ ମହାପାତ୍ର, ବସ୍ ଡ୍ରାଇଭର୍ ଅଶୋକ ପଣ୍ଡା, ବାବୁ ଦାସ l ବସରେ ପ୍ରାୟ ୨୫ ଜଣ ଯାତ୍ରୀ ଥିବା ଜଣାପଡିଛି l

Leave A Reply