www.samajalive.in
Monday, December 15, 2025
15.1 C
Bhubaneswar

ଦୃତଗାମୀ ବାଲି ଟ୍ରକ ଧକ୍କାରେ ୩ ଆହତ, ୨ ଗୁରୁତର

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପିତlତଳି ରୋଡ ରାମଚନ୍ଦ୍ରପଲ୍ଲୀ ଏବଂ କୃଷ୍ଣନଗର ମଧ୍ୟରେ ଆଜି ଅପରାହ୍ନରେ ଏକ ଦୃତଗାମୀ ବାଲି ଟ୍ରକ ଧକ୍କାରେ ତିନି ଆହତ ହୋଇଥିବାବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ବଡଗଡ ଥାନା ଅନ୍ତର୍ଗତ ବୃନ୍ଦାବନ ଗ୍ରାମର କାଳିଆ ଗୌଡ଼ ଏବଂ ନାଉଗଡ଼ ଗ୍ରାମର ପ୍ରସନ୍ନ ଗୈାଡ ଙ୍କ ସମେତ ଅନ୍ୟ ଚାରି ଜଣ ତିନୋଟି ମଟରସାଇକେଲରେ ସୁରଳ ଠାରେ ଏକ ଘରୋଇ କ୍ଲିନିକରେ ନିଜର ଚିକିତ୍ସା କରାଇ ଘରକୁ ଫେରୁଥିଲେ।

ବୃନ୍ଦାବନ ଓ ପ୍ରସନ୍ନ ଦୁଇ ଜଣ ଏକ୍ସସେଲ ଗାଡିରେ ଯାଉଥିବା ବେଳେ ସାମାନାପଟୁ ହଠାତ ଏକ ବlଲିବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଯାହା ଫଳରେ ଦୁଇ ଜଣ ମୋଟରସାଇକେଲରୁ ଛିଟିକି ରାସ୍ତାରେ କଚାଡି ହୋଇ ପଡ଼ିଥିଲେ। ଗାଡି ଚାଳନା କରୁଥିବା କାଳିଆ ଗୌଡ଼ଙ୍କ ମୁଣ୍ଡକୁ ଗଭୀର ଆଘାତ ଲାଗିଥିଲା ଏବଂ ପଛରେ ବସିଥିବା ପ୍ରସନ୍ନ ଗୌଡ଼ଙ୍କ ମଧ୍ୟ ଗୋଡ଼ ମୁଣ୍ଡକୁ ଆଘାତ ହେବା ଫଳରେ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା।

- Advertisement -

ଏହି ସମୟରେ ପଛରେ ଦୁଇ ମୋଟରସାଇକେଲରେ ଆସୁଥିବା ଆସୁଥିବା ସମ୍ପର୍କୀୟମାନେ ମଧ୍ୟ ଦୃତ ଗତିରେ ଯାଉଥିବା ଟ୍ରକ ଯୋଗୁଁ ଦୁର୍ଘଟଣାର ସମୁଖୀନ ହୋଇଥିଲେ। ଏହି ଦୁଇ ବାଇକରେ ବସିଥିବା ଜଣେ ମହିଳା ମଧ୍ୟ ଦୁର୍ଘଟଣାର ସମୁଖୀନ ହୋଇ ଆହତ ହୋଇଥିବା ଜଣାପଡିଛି। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ୧୦୮ ଆମ୍ବୁଲାନ୍ସକୁ ଡକାଇ ପ୍ରଥମେ ସମସ୍ତ ଆହତଙ୍କୁ ଗିରିସୋଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ବେଳେ ଗୁରୁତର ଆହତ ହୋଇଥିବା କାଳିଆ ଓ ପ୍ରସନ୍ନଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

ଖବର ପାଇ ଗୋଳନ୍ଥରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବାଲି ଟ୍ରକ ଏବଂ ଏକ୍ସଏଲ ଗାଡିକୁ ଜବତ କରିଛି। ଘଟଣା ପରେ ଟ୍ରକର ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣା ପଡ଼ିଛି। ସୂଚନାଯୋଗ୍ୟ ଯେ ବାହୁଦା ନଦୀରୁ ଚୋରା ବାଲି ମାଫିଆ ମାନେ ଦିନରାତି ବାଲି ଚୋରା ଚାଲାଣ କରୁଥିବା ବେଳେ ବାଲି ଚାଲାଣରେ ନିୟୋଜିତ ଟ୍ରକମାନଙ୍କର ବେପରୁଆ ଗାଡ଼ି ଚାଲାଣ ଯୋଗୁଁ ଏଭଳି ଦୁର୍ଘଟଣା ଘଟୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories