www.samajalive.in
Sunday, December 14, 2025
23.1 C
Bhubaneswar

ଆରମ୍ଭ ହେଲା ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କାର୍ଯ୍ୟ

ଅଯୋଧ୍ୟା : ଅଯୋଧ୍ୟାରେ  ଶ୍ରୀରାମ ଜନ୍ମଭୂମି  ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।  ସବିଆରଆ ରୁକ୍କି, ଏଲ ଆଣ୍ଡ ଟି ସହିତ ଆଇଆଇଟି ମାଡ୍ରାସର ଇଞ୍ଜିନିୟରମାନେ ମନ୍ଦିର ନିର୍ମାଣ ସ୍ଥାନରେ ମାଟି ପରୀକ୍ଷା କରିଛନ୍ତି। କ୍ରମାଗତ ଭାବେ  ଟ୍ୱିଟ୍ କରି ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ପକ୍ଷରୁ କୁହାଯାଇଛି, ଯେ ନିର୍ମାଣ କାର୍ଯ୍ୟ ୩୬ ରୁ ୪୦ ମାସ ମଧ୍ୟରେ ଶେଷ ହେବ। ଭାରତର ପ୍ରାଚୀନ ତଥା ପାରମ୍ପାରିକ ନିର୍ମାଣ କୌଶଳକୁ ଅନୁସାରେ  ମନ୍ଦିର  ନିର୍ମାଣ ହେବ। ଭୂକମ୍ପ, ଝଡ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାର ପଦ୍ଧତୀରେ ଏହା ମଧ୍ୟ ନିର୍ମାଣ କରାଯିବ। ମନ୍ଦିର ନିର୍ମାଣରେ ଲୁହା ବ୍ୟବହାର ହେବ ନାହିଁ ।

ମନ୍ଦିର ନିର୍ମାଣ ପାଇଁ, ପଥର ଖଣ୍ଡଗୁଡ଼ିକୁ ଯୋଡିବା ସ୍ଥାନରେ ତମ୍ବା ପ୍ଲେଟ ବ୍ୟବହୃତ ହେବ। ଏହିପରି ଦଶ ହଜାର ପ୍ଲେଟ୍ ଆବଶ୍ୟକ ହେବ। ଶ୍ରୀରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ତମ୍ବା ପ୍ଲେଟ ଦାନ କରିବାକୁ ଶ୍ରୀରାମ ଭକ୍ତମାନଙ୍କୁ ଆହ୍ବାନ ଦିଆଯାଇଛି​‌। ଦାତାମାନେ ଏହି ପ୍ଲେଟଗୁଡିକରେ ନିଜ ପାରିବାରର ନାମ, ଜନ୍ମ ସ୍ଥାନ କିମ୍ବା ସେମାନଙ୍କ ସମ୍ପ୍ରଦାୟର ନାମ ଖୋଦିତ କରିପାରିବେ। ଟ୍ରଷ୍ଟ କହିଛି, ତମ୍ବା ପ୍ଲେଟଗୁଡିକ କେବଳ ଏହି ଦେଶର ଏକତାର ପ୍ରତୀକ ନୁହେଁ ବରଂ ମନ୍ଦିର ନିର୍ମାଣରେ ସମଗ୍ର ଦେଶର ଅବଦାନର ପ୍ରମାଣ ହେବ।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ୫ ତାରିଖରେ ଅଯୋଧ୍ୟାରେ ଏହି ଭବ୍ୟ ମନ୍ଦିର ନିର୍ମାଣର ଭୁମି ପୂଜନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories