ଅଭିବନ୍ଦିତା ପରିଜା ହେଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ ବିବିଏ ଟପ୍ପର

ଚୌଦ୍ୱାର: ରେଭେନ୍ସା ବିଶ୍ୱ ବିଦ୍ୟାଳୟର ସ୍ନାତକ ବିବିଏ ପରୀକ୍ଷାରେ ଚୌଦ୍ୱାରର ଅଭିବନ୍ଦିତା ପରିଜା ବିଶ୍ୱବିଦ୍ୟାଳୟସ୍ତରରେ ଟପ୍ପର ହୋଇଛନ୍ତି। ଚୌଦ୍ୱାର ମହିଳା ମହାବଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ପରିଜା ଏବଂ ରତ୍ନା ପରିଜାଙ୍କ କନ୍ୟା ଅଭିବନ୍ଦିତା ବିବିଏ ପାଠ୍ୟକ୍ରମରେ ପରୀକ୍ଷା ଦେଇଥିବା ମୋଟ ୧୮୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସର୍ବୋଚ୍ଚ ନମ୍ବର ରଖି ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଚୌଦ୍ୱାର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ଅଭିବନ୍ଦିତାଙ୍କ ଏହି ସଫଳତା ପାଇଁ ଚୌଦ୍ୱାର ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ତଥା ଛାତ୍ରଛାତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.