www.samajalive.in
Tuesday, December 9, 2025
15.1 C
Bhubaneswar

ପାଣି ବଞ୍ଚାଇବା ପାଇଁ ଅଭିନବ ଉପାୟ, ଭିଡିଓ ସେୟାର କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ : ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଶିକ୍ଷଣୀୟ ତଥ୍ୟ ବା ସୂଚନା ସେୟାର କରିଥାନ୍ତି । ଏଥର ସେ ଏସି ସମ୍ପର୍କିତ ଭିଡିଓ ସେୟାର କରିଛନ୍ତି ଯାହାକୁ ସମସ୍ତେ ପସନ୍ଦ କରୁଛନ୍ତି । ଆନନ୍ଦ ମହିନ୍ଦ୍ରାଙ୍କ ଏକ୍ସ ପ୍ଲାଟଫର୍ମରେ ଲେଖା ହୋଇଛି କି ଭାରତରେ ଯେଉଁଠି ବି ଏସି ବ୍ୟବହାର ହେଉଛି ସେଠାରେ ଏହି ଉପକରଣ ପ୍ରସ୍ତୁତ କରିବା ଆବଶ୍ୟକ । ଜଳ ହିଁ ଧନ ଏବଂ ଏହାକୁ ବଞ୍ଚାଇବା ଆବଶ୍ୟକ । ଏହି ପୋଷ୍ଟରେ ୧ ମିନିଟ୍ ୨୨ ସେକେଣ୍ଡର ଏକ ଭିଡିଓ ସାମିଲ । ଏଥିରେ ଦର୍ଶାଯାଇଛି କି କିଭଳି ଏସିର ପାଣିକୁ ଷ୍ଟୋର କରାଯାଉଛି ।

- Advertisement -

ଭିଡିଓରେ ଦର୍ଶାଯାଇଛି କି ଏକ ଉପାୟ ମାଧ୍ୟମରେ ପାଣିକୁ ନଷ୍ଟ ହେବାରୁ ରକ୍ଷା କରିହେବ । ଏଥିପାଇଁ ଏସିରୁ ବାହାରୁଥିବା ପାଣିକୁ ଏକ ପାଇପ ଜରିଆରେ ବଡ ପାଇପରେ ଷ୍ଟୋର୍ କରାଯାଇଛି ଏବଂ ଏକ ନଳ ମଧ୍ୟ ଲଗାଯାଇଛି । ଏହି ସଂରକ୍ଷିତ ଜଳକୁ ଆପଣ ସଫାସଫି, କିମ୍ବା ବଗିଚାରେ ପାଣି ଦେବା ପାଇଁ ବ୍ୟବହାର କରିପାରିବେ । ଭିଡିଓରେ କୁହାଯାଇଛି କି ବେଙ୍ଗାଲୁରୁ ଭଳି ସହର ପାଇଁ ଏହା ଏକ ଜରୁରି ବାର୍ତ୍ତା ମଧ୍ୟ ହୋଇପାରେ ।

ଏହି ଭିଡିଓକୁ ସମସ୍ତେ ପସନ୍ଦ କରୁଛନ୍ତି । ଏହା ସହିତ ଭିଡିଓରେ ଅନେକ ଲୋକ ନିଜ ନିଜ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଏହି ଉପାୟକୁ ଅନେକ ଲୋକ ଆପଣାଇବେ ବୋଲି ମଧ୍ୟ ପ୍ରତିଶୃତି ଦେଉଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories