ଦେବଗଡ ପୌରାଧ୍ୟକ୍ଷାଙ୍କ ଆହାର କେନ୍ଦ୍ର ପରିଦର୍ଶନ ଓ ଖାଦ୍ୟର ମାନ ଯାଞ୍ଚ
ଦେବଗଡ଼ : ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ଗୁରୁବାର ଦେବଗଡ ସହର ମଧ୍ୟରେ ଥିବା ଦୁଇଟି ଆହାର କେନ୍ଦ୍ର ପରିଦର୍ଶନ କରିବା ସହ ପରିବେଷଣ କରାଯାଉଥିବା ରନ୍ଧା ଖାଦ୍ୟର ମାନ ଯାଞ୍ଚ କରିଥିଲେ । ଏଥିସହ ଆହାର କେନ୍ଦ୍ରର ସ୍ୱଚ୍ଛତା ଏବଂ ପରିଛନ୍ନତା ମଧ୍ୟ ପରଖିଥିବା ଜଣାପଡିଛି । ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଆହାର କେନ୍ଦ୍ର ଦ୍ୱୟ ପରିଦର୍ଶନ କରିବା ସମୟରେ କାଉଣ୍ଟରରୁ ଟିକଟ କାଟି ନିଜେ ଖାଇ ଖାଦ୍ୟର ମାନ ଯାଞ୍ଚ କରିଥିଲେ । ଏହି ଅବସରରେ ସେ ଆହାର କେନ୍ଦ୍ର ଦାୟିତ୍ୱରେ ଥିବା କର୍ମଚାରୀ ଏବଂ ହିତାଧିକାରୀ ମାନଙ୍କ ସହିତ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ଖାଦ୍ୟ ଖାଇବାରେ ଯେମିତି ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକଙ୍କର କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଯତ୍ନବାନ ହେବାକୁ ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ପୌର ପରିଷଦ ଅଧ୍ୟକ୍ଷାଙ୍କ ଏହି ପରିଦର୍ଶନ ସମୟରେ ୫ ନମ୍ବର ୱାର୍ଡର କାଉନସିଲର ଯତିନ କୁମାର ନାୟକ ଓ ପୌର ପରିଷଦର ବହୁ କର୍ମଚାରୀ ଉପସ୍ଥିତ ଥିଲେ।
Comments are closed.